ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମହିଳା କ୍ୟାଡରଙ୍କ କଳାହାଣ୍ଡି ପୋଲିସ ଠାରେ ଆତ୍ମ ସମର୍ପଣ କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ ଗୃହରେ ଡ଼ିଆଇଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟ କରିଛନ୍ତି ଯେ ଛାତିଶଗଡ଼ ସୁକମା ଜିଲ୍ଲା ପାମେଡ଼ ଥାନା ଅନ୍ତର୍ଗତ ବୋଟେମ ଗ୍ରାମରେ ଜନ୍ମିତା ଦେବେ ସୋରି ଔରଫ ଗୀତା(୨୨) ପିଏଲଜିଏ ବାଟାଲିଆନ-୧ରେ ମାଓ କମାଣ୍ଡର ହିଡ଼ମା ଦ୍ୱାରା ଅନୁପ୍ରାଣିତ ହୋଇ ଦଣ୍ଡକା ରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟତା ଗ୍ରହଣ କରି ୨୦୧୮ରେ ଛତିଶଗଡ ମାଓ ସଂଗଠନରେ ଯୋଗଦେଇଥିଲେ।
ଏହାପରେ ସେ ମାଓ ସଂଗଠନ ରେ ସକ୍ରିୟ ଭୂମିକା ନେଇ ଛତିଶଗଡ ପାମେଡ଼ ଏରିଆ କମିଟି ସଦସ୍ୟ ଭାବେ କାର୍ଯ୍ୟକରିଥିଲେ। ଛତିଶଗଡ ରେ ତିନି ବର୍ଷ ମାଓ ସଦସ୍ୟା ଭାବେ କାର୍ଯ୍ୟ କଲାପରେ ଜୁଲାଇ ୨୦୨୨ରେ ଓଡିଶା ମାଓ ସଂଗଠନ କେକେବିଏନକୁ ସ୍ଥାନଆନ୍ତରିତ ହୋଇଥିଲା। ଏହି ସଂଗଠନର ପ୍ଳାଟୁନ -୨ ର ୮ ନମ୍ବର ଗ୍ରୁପରେ ରହି ସଂଗଠନରେ ସେ କେବଳ ଫାଷ୍ଟଏଡ଼ ନର୍ସ ଭାବେ କାର୍ଯ୍ୟ କରିଆସୁଥିଲେ। ମାଓ ଅପରେସନରେ ଆହତ ମାବାଦୀଙ୍କୁ ପ୍ରାଥମିକ ଚିକିତ୍ସା ଦେବା ଓ ସେମାନଙ୍କ ଯତ୍ନ ନେବା ତାଙ୍କର ପ୍ରମୁଖ କାର୍ଯ୍ୟ ରହିଥିଲା।ସେ ଇତି ମଧ୍ୟରେ ୫ଟି ମାଓ ଓ ପୋଲିସ ଗୁଳିବିନିମୟ ଘଟଣାରେ ଶଂଶ୍ଲିଷ୍ଟ ଥିବା ଜଣା ପଡିଛି। ନୂଆପଡା ଜିଲ୍ଲାର ଧଣ୍ଡ୍ରିପାଣି ଓ ତାରାଝର ଠାରେ ୨ଟି ଓ ବୌଦ୍ଧ ଜିଲ୍ଳା ନୀଲୀକୁମ୍ପା, ମନମୁଣ୍ଡା ଗାଦରମାରେ ୩ଟି ଗୁଳିବିନିମୟ ଘଟଣାରେ ସାମିଲ ରହିଥିଲେ। ଧୀରେ ଧୀରେ ଲାଲ ବାହିନୀ ମୂଳ ଉଦ୍ଦେଶ୍ୟ ଚ୍ୟୁତ ହେବା ଓ ମାଓ ଗଡ଼ରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ଦେଖାଯିବା ଯୋଗୁଁ ଦେବେ ସୋରି ଔରଫ ଗୀତା ମାଓ ସଂଗଠନ ଛାଡି କଳାହାଣ୍ଡି ପୋଲିସ ଠାରେ ଆତ୍ମ ସମର୍ପଣ କରିଛନ୍ତି।ଓଡିଶା ସରକାରଙ୍କ ମାଓ ଅପରେସନ ଓ ଥଇଥାନ ଅଧିନିୟମ ଅନୁଯାଇ ସମସ୍ତ ପ୍ରକାର ସରକାରୀ ସାହାୟତା ଦେବେ ସୋରି ଙ୍କୁ ପ୍ରଦାନ କରାଯାଇ ସେ କିପରି ସ୍ୱାଭିମାନ ର ସହିତ ସମାଜ ମୁଖ୍ୟ ସ୍ରୋତରେ ସାମିଲ ହୋଇ ଜୀବନ ଓ ଜୀବିକାନିର୍ବାହ କରିବେ ସେଥିପାଇଁ ଓଡିଶା ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି କୋରାପୁଟଡ଼ିଆଇଜି (ଏସଡବ୍ଲୁଆର )ନିତିନ ଶେଖର ସୂଚନା ଦେଇଛନ୍ତି।

Latest entries
ଜିଲ୍ଲା ଖବରJune 5, 2025ବିକସିତ ଗ୍ରାମ ବିକସିତ ଓଡ଼ିଶା ପାଣ୍ଟି ରେ ଉଦ୍ୟାନ ନିର୍ମାଣ ଭିତ୍ତିପ୍ରସ୍ତନ ସ୍ଥାପନ
ଜିଲ୍ଲା ଖବରJune 3, 2025ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ।
ଜିଲ୍ଲା ଖବରMay 27, 2025ସାମୁହିକ ସାବିତ୍ରୀ ବ୍ରତ ପାଳନ କଲେ ସାଧବା ନାରୀ
ଜିଲ୍ଲା ଖବରMay 25, 2025ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣ ଏକ ଐତିହାସିକ ନିଷ୍ପତ୍ତି।