Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏଥିରେ କୋୖଣସି ଗ୍ରାମରୁ ଲୋକଙ୍କ ସମ୍ମିତ ନମିଳିବାରୁ କମ୍ପାନୀ ଗୁଣ୍ଡା ନିୟୋଜିତ କରି ଲୋକଙ୍କୁ ଦସ୍ତଖତ/ଟିପଚିହ୍ନ ନେଇଥିଲେ। ସ୍ଥାନୀୟ ତହସିଲଦାର, ବ୍ଳକ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଉପସ୍ଥିତିରେ ଏଭଳି କରାଯାଇଛି। ସୂଚନା ଅଧିକାର ମାଧ୍ୟମରେ ହସ୍ତଗତ ତଥ୍ୟରୁ ଏହି ଅପରାଧିକ ତଥା ବେଆଇନ ଉଦ୍ୟମ ବିଷୟରେ ଜଣାପଡିଛି। ଏହାଦ୍ୱାରା ଜଙ୍ଗଲ ଅଧିକାରୀ ଆଇନ ୨୦୦୬ ଏବଂ ପେସା ଆଇନ ୧୯୯୬ର ଉଲ୍ଲଙ୍ଘନ କରାଯାଇଛି। କାଶିପୁର ଏବଂ ଥଆମୂଳ-ରାମପୁର ପୁଲିସ ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ସମସ୍ତ ଅଧିକାରୀଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି(ନିର୍ଯାତନା ନିବାରଣ) ଆଇନ ୧୯୮୯ ଅଧୀନରେ ଯଥାଶୀଘ୍ର ମାମଲା ରୁଜୁକରୁ ବୋଲି ଶୁକ୍ରବାର ମା’ ମାଟି ଓ ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ବାହାଦୂର ବଗିଚା ପଡ଼ା କମ୍ୟୁନିଟି ହଲଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଭାବିତ ହେବାକୁଥିବା ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ଆନ୍ଦୋଳନକାରୀ ଦାବି କରିଛନ୍ତି।
ଗତ ଅଗଷ୍ଟ ୩୦ ତାରିଖ ମଧ୍ୟରେ ରାୟଗଡା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ କାନ୍ତମାଳ, ବନ୍ତେଜି, ସୁଙ୍ଗେରୁ(କଟିଭଟା), ତୁମେରପଦର, ଆଳିଗୁଣା, ବନ୍ଦେଲ, ମାଲିପଦର, ସାଗବାରି ଗ୍ରାମ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତିଜିମାଳି ଓ ଚୁଲବାଡ଼ି ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରିଥିଲୁ। ଉକ୍ତ ୧୦ଟି ଗ୍ରାମସଭାରେ ମୋ ଜଙ୍ଗଳ ଜମି ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରି ଗ୍ରାମବାସୀଙ୍କର ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାରୀକୁ ମାନ୍ୟତା ଦେବାକୁ ଦାବି କରାଯାଇଛି। ଉକ୍ତ ୧୦ଟି ଗାଁର ଗ୍ରାମସଭା ଗୁଡିକରେ ସଂକଳ୍ପ ପାରିତ ହୋଇଛି। ସେହିପରି ଜାଲ ଦସ୍ତଖତ/ଟିପଚିହ୍ନ ନେଇଥିବା ଘଟଣା ଉପରେ ଆଲୋଚନା ହୋଇଥିଲା। ଏହାର ନିରପେକ୍ଷ ତଦନ୍ତ ସହ ଜଡ଼ିତ ସରକାରୀ କର୍ମଚାରୀ, କମ୍ପାନୀ ଲୋକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ସମସ୍ତ ୧୦ଟି ଗ୍ରାମସଭାରେ ସର୍ବସମ୍ମିତିକ୍ରମେ ପ୍ରସ୍ତାବ ପାରିତ ହୋଇଛି। କମ୍ପାନୀ ପ୍ରରୋଚନାରେ ଆଗଧାଡ଼ିର ନେତା ଓ କର୍ମୀଙ୍କ ନାଁରେ ମିଥ୍ୟା ଅପରାଧିକ ମାମଲା ରୁଜୁ କରାଯାଉଛି। କଳାଗାଁ ଓ କଣ୍ଟାମାଳ ଗ୍ରାମର ଅନେକ ମହିଳା ନେତ୍ରୀଙ୍କୁ ମିଥ୍ୟା ମାମଲାରେ ଟାଣି ନିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କଣ୍ଟାମାଳ ଗାଁର ଶୁଭାସିଂ ମାଝି, ମୁନିଦେଇ ମାଝି, ତଲମପଦର ଗାଁର ଲାଇ ମାଝି, ନାରଗିଦେଇ ମାଝି, ମଞ୍ଜୁ ନାଏକ, ମଜିଗାଁର ହରାମଲ ନାଏକଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି।
Editor, News Gallery Mob: 9439506580 Email: newsgallery.in@gmail.com
