ଭବାନୀପାଟଣା ପୌରପାଳିକାର ପୋୖରାଧ୍ୟକ୍ଷ ହେଲେ ବିଷ୍ଣୁ ପ୍ରଧାନ

0 minutes, 0 seconds Read

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଗତ ଅଗଷ୍ଟ ୧୨ ତାରିଖରେ ଭବାନୀପାଟଣା ପୌର ପରିଷଦର ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ଅନାସ୍ଥା ଭୋଟ ଗ୍ରହଣ ହୋଇଥିଲା। ଏଥିରେ ୨୦ଟି ୱାର୍ଡର ସମସ୍ତ କାଉନସିଲର ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ଭୋଟ ଦେଇଥିଲେ। ପୌର ପରିଷଦର ଅଧ୍ୟକ୍ଷା ସଂଯୁକ୍ତା ବେହେରା ନିଜ ପଦ ହରାଇବା ନେଇ ଗତ ଗୁରୁବାର ଦିନ ଗୃହ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ମ୍ୟୁନିସିପାଲ ମାନୁଆଲ ଆକ୍ଟ ୮୯(କ) ଅନୁଯାୟୀ ଗତକାଲି କଳାହାଣ୍ଡି ଜିଲ୍ଲାପାଳଙ୍କ ପତ୍ରସଂଖ୍ୟା ୨୨୩୮ ଅନୁଯାୟୀ ଭବାନୀପାଟଣା ପୌର ପରିଷଦର ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନଙ୍କୁ ସ୍ଥାନୀୟ ପୌରପାଳିକାର ଭାରପ୍ରାପ୍ତ ପୋୖରାଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ନୂତନ ଅଧ୍ୟକ୍ଷ ନିର୍ବାଚିତ ନ ହେବାଯାଏ ସେ ଭାରପ୍ରାତ୍ତ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts