ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଟକ ର କାର୍ସିନୋଭା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଅମଲା ଭାବନ ଠାରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର କ୍ଷିତିଶ ଚନ୍ଦ୍ର ମିଶ୍ର,ପ୍ରଫେସର ଡକ୍ଟର ଅଜୟ କୁମାର ମିଶ୍ର, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା,ଆଇନଜୀବୀ ସିଦ୍ଧାର୍ଥ ନାୟକ ପ୍ରମୂଖ ଉପସ୍ଥିତ ରହି କର୍କଟ ରୋଗ କଣ ଏହି ରୋଗ ର ଭୟାବହତା ଏବଂ ସଚେତନତା କିପରି ହେବ ଓ ଅନ୍ୟ କୁ ସଚେତନତା କରିବା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ଶ୍ରୀ ମିଶ୍ର କର୍କଟ ରୋଗ ର ୭ ଗୋଟି ଲକ୍ଷଣ ଅଛି ସେହି ୭ଗୋଟି ଲକ୍ଷଣ ମନୁଷ୍ୟ ଦେହରେ ଦେଖାଦେଲେ ପ୍ରଥମେ ରୋଗ ନିଦାନ କେନ୍ଦ୍ର ରେ ପରୀକ୍ଷା କରି ନିଅନ୍ତୁ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ କର୍କଟ ରୋଗୀ ବିଶେଷଜ୍ଞ ଡାକ୍ତର କ୍ଷିତିଶ ଚନ୍ଦ୍ର ମିଶ୍ର କର୍କଟ ରୋଗର କାରଣ, ଲକ୍ଷଣ ଓ ଏହାର ଚିକିତ୍ସା ପଦ୍ଧତି ସମ୍ପର୍କରେ ସୂଚନା ଦେଇଥିଲେ। ଏପରିକି କାର୍ସିନୋଭା ଫାଉଣ୍ଡେସନ କିଭଳି ଗରିବ ଅସହାୟ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେଉଛି ସେ ସମ୍ପର୍କରେ ମଧ୍ୟ ଡାକ୍ତର ମିଶ୍ର ଆଲୋକପାତ କରିଥିଲେ। କର୍କଟ ରୋଗ ଠାରୁ ଦୁରେଇ ରହିବା ପାଇଁ କେଉଁ କେଉଁ ଖାଦ୍ୟ ଉପଯୁକ୍ତ ଓ ଅନୁପଯୁକ୍ତ ସେ ସମ୍ପର୍କରେ ଆଲୋଚନା କରି ସଚେତନତା ହେବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ କିଶୋର ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

