ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:(ସନ୍ତୋଷ ପ୍ରଧାନ)ରାଜ୍ଯ ର ମୋହନ ସରକାର ଗତ କିଛି ଦିନ ତଳେ ଅନିୟମିତତା ସରକାରୀ ଜମି ଜବରଦଖଲ କାରି ଙ୍କୁ ଉଚ୍ଛେଦ କରିବା ସମ୍ପର୍କରେ ଅଧ୍ୟାଦେଶ ଜାରୀ କରିଥିଲେ ।ଏହି ଅଧ୍ୟାଦେଶ ବିରୋଧରେ ପ୍ରତିବାଦ କରି କଳାହାଣ୍ଡି ସଚେତନତା ନାଗରିକ ମଞ୍ଚ ତରଫରୁ କଳାହାଣ୍ଡି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରି ରାଜ୍ୟ ସରକାର ଙ୍କ ବିରୋଧରେ ସମାଲୋଚନା କରିଥିଲେ ।
ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ର ପୁନଃବିଚାର କରି ଯୋଗ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ। ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ଗଣତାନ୍ତ୍ରିକ ସ୍ଵାଧୀନ ଭାରତର କୌଣସି ନାଗରିକ ଜମି ହୀନ ଓ ଡିହ ହୀନ ହୋଇ କେହି ରହିବେ ନାହିଁ ଜନ କଲ୍ଯାଣ ଭାରତୀୟ ସମ୍ବିଧାନ ର ମୌଳିକ ଅଧିକାରର ଏ ସଂକ୍ରାନ୍ତରେ ଜମିଜମା ପାଇ ସିଲିଂ ଆଇନ, ବସୁନ୍ଧରା ଆଇନ୍ ଓ ଜଙ୍ଗଲ ଜମି ଆଇନ ପ୍ରଣୀତ ହୋଇଛି ।ତଥାପି ଦେଶର ପ୍ରାୟ ଲୋକେ ଘର ଡିହ ଟିକକ ପାଇ ପାରି ନାହାନ୍ତି । ପୂର୍ବର ନବୀନ ସରକାର ଙ୍କ ଏହି ବେନିୟମ ନିଷ୍ପତ୍ତି ର ପ୍ରତିବାଦ ରେ ସଚେତନ ନାଗରିକ ମୁଖ୍ୟ ଭୂମିକା ନେଇଥିଲେ । ହେଲେ ତତ୍କାଳୀନ ନବୀନ ସରକାର ଜମି ପଟ୍ଟା ଦେବା ପାଇ ନିଷ୍ପତ୍ତି ନେଇଥିଲେ ତେଣୁ ସତ୍ୟତା କୁ ଗଭୀର ଚିନ୍ତନ ଓ ମନ୍ଥନ କରି ଘୋଷିତ ଅଧ୍ୟାଦେଶ କୁ ରଦ୍ଦ କରି ପୁନଃବିଚାର କରି ଉପଯୁକ୍ତ ବନ୍ଦୋବସ୍ତ କରି ଯୋଗ୍ୟ ଜବରଦଖଲକାରୀଙ୍କ ନାମରେ ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ଦାବୀ କରିଛନ୍ତି ।ଏହି ପ୍ରତିବାଦ ସଭା ରେ ଲିଙ୍ଗରାଜ ଆଜାଦ୍, ଅଗଷ୍ଟ ନାଏକ, ରାଜ କିଶୋର ଦୁଲ୍ଲାରୀ, ବିଶକେଶନ ମେହେର, ବିମ୍ବାଧର ବଇଠାରୁ, ସଞ୍ଜୟ ସୁନାନୀ ଦୁର୍ଗା ବାଗ ପ୍ରମୂଖ ସମେତ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

