ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:(ସନ୍ତୋଷ ପ୍ରଧାନ)ରାଜ୍ଯ ର ମୋହନ ସରକାର ଗତ କିଛି ଦିନ ତଳେ ଅନିୟମିତତା ସରକାରୀ ଜମି ଜବରଦଖଲ କାରି ଙ୍କୁ ଉଚ୍ଛେଦ କରିବା ସମ୍ପର୍କରେ ଅଧ୍ୟାଦେଶ ଜାରୀ କରିଥିଲେ ।ଏହି ଅଧ୍ୟାଦେଶ ବିରୋଧରେ ପ୍ରତିବାଦ କରି କଳାହାଣ୍ଡି ସଚେତନତା ନାଗରିକ ମଞ୍ଚ ତରଫରୁ କଳାହାଣ୍ଡି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରି ରାଜ୍ୟ ସରକାର ଙ୍କ ବିରୋଧରେ ସମାଲୋଚନା କରିଥିଲେ ।
ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ର ପୁନଃବିଚାର କରି ଯୋଗ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ। ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ଗଣତାନ୍ତ୍ରିକ ସ୍ଵାଧୀନ ଭାରତର କୌଣସି ନାଗରିକ ଜମି ହୀନ ଓ ଡିହ ହୀନ ହୋଇ କେହି ରହିବେ ନାହିଁ ଜନ କଲ୍ଯାଣ ଭାରତୀୟ ସମ୍ବିଧାନ ର ମୌଳିକ ଅଧିକାରର ଏ ସଂକ୍ରାନ୍ତରେ ଜମିଜମା ପାଇ ସିଲିଂ ଆଇନ, ବସୁନ୍ଧରା ଆଇନ୍ ଓ ଜଙ୍ଗଲ ଜମି ଆଇନ ପ୍ରଣୀତ ହୋଇଛି ।ତଥାପି ଦେଶର ପ୍ରାୟ ଲୋକେ ଘର ଡିହ ଟିକକ ପାଇ ପାରି ନାହାନ୍ତି । ପୂର୍ବର ନବୀନ ସରକାର ଙ୍କ ଏହି ବେନିୟମ ନିଷ୍ପତ୍ତି ର ପ୍ରତିବାଦ ରେ ସଚେତନ ନାଗରିକ ମୁଖ୍ୟ ଭୂମିକା ନେଇଥିଲେ । ହେଲେ ତତ୍କାଳୀନ ନବୀନ ସରକାର ଜମି ପଟ୍ଟା ଦେବା ପାଇ ନିଷ୍ପତ୍ତି ନେଇଥିଲେ ତେଣୁ ସତ୍ୟତା କୁ ଗଭୀର ଚିନ୍ତନ ଓ ମନ୍ଥନ କରି ଘୋଷିତ ଅଧ୍ୟାଦେଶ କୁ ରଦ୍ଦ କରି ପୁନଃବିଚାର କରି ଉପଯୁକ୍ତ ବନ୍ଦୋବସ୍ତ କରି ଯୋଗ୍ୟ ଜବରଦଖଲକାରୀଙ୍କ ନାମରେ ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ଦାବୀ କରିଛନ୍ତି ।ଏହି ପ୍ରତିବାଦ ସଭା ରେ ଲିଙ୍ଗରାଜ ଆଜାଦ୍, ଅଗଷ୍ଟ ନାଏକ, ରାଜ କିଶୋର ଦୁଲ୍ଲାରୀ, ବିଶକେଶନ ମେହେର, ବିମ୍ବାଧର ବଇଠାରୁ, ସଞ୍ଜୟ ସୁନାନୀ ଦୁର୍ଗା ବାଗ ପ୍ରମୂଖ ସମେତ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

