ନ୍ୟୁଜଗ୍ୟାଲେରି : ଭବାନୀପାଟଣା ବ୍ଲକ ସମ୍ମିଳନୀ ଗୃହରେ ଦୁଇ ଦିନ ଧରି ଲୋକ କଳାକାର ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଦ୍ୱିତୀୟ ଦିନ ରେ ସମାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ସାଂସ୍କୃତିକ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିତ ଆନୁକୂଲ୍ୟରେ ବ୍ଲକ କଳାକାର ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରଶିକ୍ଷଣ ଶିବିରକୁ ପ୍ରଥମ ଦିନରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୁୱାନ, ସମ୍ମାନିତ ଅତିଥି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ମନୋଜ ବେହେରା, ବ୍ଲକ ଉନ୍ନୟନ ଅଧିକରି ପ୍ରୀତା କୁମାରୀ,ବ୍ଲକ କଳାକାର ସଂଘ ସଭାପତି କରୁଣା କର ଦାସ, ପାରଶ୍ମିତା ରାଏ,ଡ଼ଃ ଅଜୟ ମିଶ୍ର, ଭୀମ ସେନ ସାହୁ,ହୃଷିକେଶ ସାହୁ,ଭବାନୀପାଟଣା ର ବିଭିନ୍ନ ପଞ୍ଚାୟତ ର କଳାକାର ମାନେ ଆସି ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ସେବିଷୟରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପ୍ରଶାସନ ଶିକ୍ଷା, ସ୍ୱାସ୍ଥ୍ୟ,ଆଇସିଡିଏସ ଅଧିକାରୀ ଅବଗତ କରାଇଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

