ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଣା ସହରର ଇରିଗେସନ ଛକ ତ୍ରିନାଥ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ଜଗନ୍ନାଥ, ହନୁମାନ ଓ ଗଣେଶ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶନିବାର ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।
ଏଥିରେ ରାଜ୍ୟସଭା ସଦସ୍ୟ ସୁଜିତ୍ କୁମାର, ଭବାନୀପାଟଣା ପୌରାଧକ୍ଷା ସଂଯୁକ୍ତା ବେହେରା, ମନ୍ଦିର କମିଟି ସଭାପତି ଧବଳେଶ୍ଵର ମହାପାତ୍ର, ଉପସଭାପତି ସନ୍ତୋଷ ସାହୁ, ସମ୍ପାଦକ ପ୍ରଣବ ଯୋଷୀ, ସୁକାନ୍ତି ସରାଫ, ଉପଦେଷ୍ଟା ଦୁର୍ଗା ପ୍ରସାଦ ମିଶ୍ର, ଅବିନାଶ ଠାକୁର, ମଣ୍ଟୁ ନାଏକ,କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ସାହୁ ପ୍ରମୁଖ ନେତୃତ୍ୱରେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।
ଆଚାର୍ଯ୍ୟ ଶରତ ମିଶ୍ର, ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଜଳାଧିବାସ ଓ ମଙ୍ଗଳା ରୋପଣ କାର୍ଯ୍ୟ ସମ୍ପାଦନ କରିଥିଲେ। ଆସନ୍ତା ମାର୍ଚ୍ଚ ୧୯ ତାରିଖ ତିନୋଟି ମନ୍ଦିରର ପ୍ରତିଷ୍ଠା ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସଭାପତି ଧବଳେଶ୍ଵର ମହାପାତ୍ର ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

