ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ପୌରପାଳିକା ୬ ନମ୍ବର ୱାର୍ଡ ବାହାଦୂର ବଗିଚା ପଡା ର ରାସ୍ତା ମରାମତି କାର୍ଯ୍ୟର ଶୁଭାରମ୍ଭ ପାଇଁ ପୂଜା ଅର୍ଚ୍ଚନା କଲେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଏବଂ ପୌରାଧକ୍ଷା ସଂଯୁକ୍ତା ବେହେରା ।
ଏହି ରାସ୍ତା ବହୁଦିନରୁ ଖରାପ ହୋଇ ପଡ଼ିଥିବାରୁ ମରାମତି ପାଇଁ କାଉନସିଲର ଭୁବନେ ବାଗ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ଙ୍କୁ ଲିଖିତ ଅଭିଯୋଗ କରିଥିଲେ ଆଜି ତାଙ୍କ ଅଭିଯୋଗ ଶୁଣି ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ରାଜ୍ୟ ସଭା ସାଂସଦ ଓ ପୌରପାଳିକା ଅଧ୍ୟକ୍ଷା ଙ୍କୁ କୁତଜ୍ଞତା ଜଣାଥିଲେ।
ଏହି ରାସ୍ତା ମରାମତି କାର୍ଯ୍ୟ ଶୁଭ ଆରମ୍ଭ କାର୍ଯ୍ୟକ୍ରମ ରେ ପୂର୍ବତନ ପୋୖରା ଅଧ୍ୟକ୍ଷା ଲଳିତା ନାଏକ, ଶିକ୍ଷକ ପ୍ରକୃତିବନ୍ଧୁ ପ୍ରଦୀପ କୁମାର ସାହୁ, ଆଇଟିସିର ଅଧ୍ୟକ୍ଷ ପ୍ରଦୀପ ଦାସ,ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ ପ୍ରମୁଖ ଉପସ୍ଥିତ ରହି ରାସ୍ତା କାର୍ଯ୍ୟର ଶୁଭାରମ୍ଭ କରାଇଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

