ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ମନସ୍କା ଗାଁ ନିକଟା ଜଙ୍ଗଲ ରୁ ଏକ ମାଓ କ୍ୟାମ୍ପ ଠାବ ହେବା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି।
ସିଆର୍ ପିଏଫ୍ ଯବାନ ଓ ପୋଲିସ୍ ର ଏହି ମିଳିତ ଚଢ଼ାଉ ବେଳେ କ୍ୟାମ୍ପ ରୁ ଏ.କେ.୪୭ ଗୁଳି ସମେତ ଇନସାସ୍, ଏସ୍.ଏଲ.ଅର୍ ଓ ୩୦୩ ବନ୍ଦୂକର ୫୮ ରାଉଣ୍ଡ ଗୁଳି, ୨ଟି ମାଓ ୟୁନିଫର୍ମ,୧୦ଟି ଡେଟୋନେଟର, ହ୍ୟାଣ୍ଡ ଗ୍ରେନେଡ଼, ୫୦୦ ଗ୍ରାମ ଗନ୍-ପାଉଡର୍, ଯିଲୋଟିନ୍ ଷ୍ଟିକ୍, ଇଲେକ୍ଟ୍ରିକତାର୍,ୟୁରିଆ, କୁରାଡ଼ି, ମାଓବେଲ୍ଟ, ବ୍ୟାଗ, ସୋଲଡିଂ ଆଇରନ, ପଲିଥିନ ସିଟ୍ ଆଦି ଭଳି ଅନେକ ସାମଗ୍ରୀ ଜବତ ହୋଇଛି। ଏହାସହ ଏକ ମାଓ ପେଷ୍ଟେର୍ ମଧ୍ୟ ମିଳିଛି। ସେଥିରେ ଟାପରଙ୍ଗ ଜଙ୍ଗଳରେ ପୁଲିସ ଗୁଳିରେ ନିହତ ୩ ମାଓବାଦୀଙ୍କ ମୃତ୍ୟର ପ୍ରତିଷେଧ ନେବା ପାଇଁ ଆହ୍ୱାନ ଦିଆଯାଇଥିଲା ।
ଏସ୍ପି ଅଭିଳାଷ ଜି ଏବଂ ସିଆରପିଏଫ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀ ଙ୍କ ନେତୃତ୍ୱରେ ଉକ୍ତ କ୍ୟାମ୍ପରେ ଚଢାଉ କରିଯାଇଥିଲ ବୋଲି ରିଜବ ପଡ଼ିଆରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

