ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ମନସ୍କା ଗାଁ ନିକଟା ଜଙ୍ଗଲ ରୁ ଏକ ମାଓ କ୍ୟାମ୍ପ ଠାବ ହେବା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି।
ସିଆର୍ ପିଏଫ୍ ଯବାନ ଓ ପୋଲିସ୍ ର ଏହି ମିଳିତ ଚଢ଼ାଉ ବେଳେ କ୍ୟାମ୍ପ ରୁ ଏ.କେ.୪୭ ଗୁଳି ସମେତ ଇନସାସ୍, ଏସ୍.ଏଲ.ଅର୍ ଓ ୩୦୩ ବନ୍ଦୂକର ୫୮ ରାଉଣ୍ଡ ଗୁଳି, ୨ଟି ମାଓ ୟୁନିଫର୍ମ,୧୦ଟି ଡେଟୋନେଟର, ହ୍ୟାଣ୍ଡ ଗ୍ରେନେଡ଼, ୫୦୦ ଗ୍ରାମ ଗନ୍-ପାଉଡର୍, ଯିଲୋଟିନ୍ ଷ୍ଟିକ୍, ଇଲେକ୍ଟ୍ରିକତାର୍,ୟୁରିଆ, କୁରାଡ଼ି, ମାଓବେଲ୍ଟ, ବ୍ୟାଗ, ସୋଲଡିଂ ଆଇରନ, ପଲିଥିନ ସିଟ୍ ଆଦି ଭଳି ଅନେକ ସାମଗ୍ରୀ ଜବତ ହୋଇଛି। ଏହାସହ ଏକ ମାଓ ପେଷ୍ଟେର୍ ମଧ୍ୟ ମିଳିଛି। ସେଥିରେ ଟାପରଙ୍ଗ ଜଙ୍ଗଳରେ ପୁଲିସ ଗୁଳିରେ ନିହତ ୩ ମାଓବାଦୀଙ୍କ ମୃତ୍ୟର ପ୍ରତିଷେଧ ନେବା ପାଇଁ ଆହ୍ୱାନ ଦିଆଯାଇଥିଲା ।
ଏସ୍ପି ଅଭିଳାଷ ଜି ଏବଂ ସିଆରପିଏଫ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀ ଙ୍କ ନେତୃତ୍ୱରେ ଉକ୍ତ କ୍ୟାମ୍ପରେ ଚଢାଉ କରିଯାଇଥିଲ ବୋଲି ରିଜବ ପଡ଼ିଆରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

