ନ୍ୟୁଜ ଗ୍ୟାଲେରି,ଭାବନୀପାଟଣା:୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ହଲ ଠାରେ ସଭାପତି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଗିରିଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଅଛି ।
ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଧର୍ମଗଡ ସୁଧୀର ରଂଜନ ପଟ୍ଟଯୋଶୀ, ବିଧାୟକ ଜୁନାଗଡ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଅଧ୍ୟକ୍ଷ୍ୟ ଜିଲ୍ଲା ପରିଷଦ କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂଦେଓ, ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି, ତନ୍ମୟ କୁମାର ଦରୱାନ ଯୋଗଦାନ କରି ସମବାୟ ସପ୍ତାହ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।ସମବାୟ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଉପନିବନ୍ଧକ ସମବାୟ ସମିତି କଳାହାଣ୍ଡି ପ୍ରମୋଦ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ନିବନ୍ଧକ ଭବାନୀପାଟଣା ଓ ଧର୍ମଗଡ ମଧୁସୂଦନ ମେହେର, ଥିଓପିଲ ଶବର ତଥା ଜିଲ୍ଲା ସମବାୟ ସମୀକ୍ଷା ଅଧିକାରୀ ବିଶ୍ଵମୋହନ ରଥ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ସମବାୟ ବ୍ୟାଙ୍କର ଉପସଭାପତି, ନିର୍ଦ୍ଦେଶକ ବୃନ୍ଦ ତଥା PACS ଓ LAMPCS ର ସଭାପତି ଓ ନିର୍ଦ୍ଦେଶକ ଗଣ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ରେ ସମବାୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଓ ଜିଲ୍ଲାର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ସମବାୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ରୂପ କେଶରୀ ଦଳାଇ ମଞ୍ଚ ପରିଚାଳନା କରିଥିବାବେଳେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, କେନ୍ଦ୍ର ସମବାୟ ବ୍ୟାଙ୍କ, ଭବାନୀପାଟଣା ବନଲତା ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗ, ସମବାୟ ବ୍ୟାଙ୍କ ଓ ନିୟନ୍ତ୍ରିତ ବଜାର କମିଟି ଭବାନୀପାଟଣା ଓ କେସିଙ୍ଗା,ଜୁନାଗଡ ଓ ମୁଖିଗୁଡା କର୍ମଚାରୀ ମାନେ ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

