ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିକାଶ ଆବାସିକ ବିଦ୍ୟାଳୟରେ ଦୁଃସାହାସିକ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଜୀନବ ସଂଘର୍ଷମୟ ଏଣୁ ଏକ ସୁସ୍ଥ ତଥା ନିରାପଦ ଜୀବନ ବଞ୍ଚିବାକୁ ହେଲେ ବଞ୍ଚିବାର କଳା ଜାଣିବା ଆବଶ୍ୟକ । ବିଦ୍ୟାର୍ଥୀ ମାନଙ୍କୁ ବିଭିନ୍ନ ବିପଦମୟ ପରିବେଶରୁ ଉଦ୍ଧାର ପାଇବା ନିମନ୍ତେ ବିଭିନ୍ନ କୌଶଳ ଶିକ୍ଷା ଦେବା ଉଦ୍ଦେଶ୍ୟରେ ବିକାଶ ଆବାସିକ ବିଦ୍ୟାଳୟରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି
“ଏଡଭାନଞ୍ଚରସ କ୍ୟାମ୍ପ” ଉକ୍ତ କାର୍ଯ୍ୟକ୍ରମରେ ଆଇନଯିବି ହର୍ଜିନ୍ଦର୍ ସିଂ, ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଧଘାଟନ କରିଥିଲେ । ସମ୍ମନିତ ଅତିଥିଭାବେ ଡ଼ ଅଜୟ ମିଶ୍ର , ଅନୁଷ୍ଠାନର ନିର୍ଦ୍ଦେଶକ ଡି.ଶ୍ୟାମ , ଅନ୍ୟତମ ନିର୍ଦ୍ଦେଶକ ଡି. ରାମ କୁମାର, ଏକାଡେମିକ ଇନ୍ ଚାର୍ଜ ଡି.ବିଜୟା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର, କ୍ଲାଇମ୍ବର ଏଣ୍ଡ ଏଡଭାନଞ୍ଚର୍ସ କ୍ଳବର ସଭାପତି ଚିନ୍ମୟ ମହାରଣା ପ୍ରମୁଖ ଉପସ୍ଥିତ ରହି ତାଲିମାର୍ଥି ମାନଙ୍କୁ ପାଠ ସହିତ ଭବିଷ୍ୟତରେ ଜଣେ ସୁସ୍ଥ ନାଗରିକ ହେବାକୁ ହେଲେ ପ୍ରତ୍ୟେକଟି କ୍ଷେତ୍ରରେ ଉନ୍ନତି ଏକାନ୍ତ ଅପରିହାର୍ଯ୍ୟ ବୋଲି ଦିଗଦର୍ଶନ ଦେବା ସଙ୍ଗେ ସଙ୍ଗେ ଉତ୍ସାହିତ କରିଥିଲେ ।
ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା । ଏଥିରେ ବିକାଶ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ବିଦ୍ୟାଳୟର ପ୍ରାୟ ୨୭୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଏହି ଦୁଃସାହସିକ କ୍ୟାମ୍ପକୁ ପରିଚାଳନା କରିବା ନିମନ୍ତେ ‘କ୍ଲାଇମ୍ବରସ ଏଣ୍ଡ ଏଡଭାନଞ୍ଚର୍ସ କ୍ଳବ’ ର ଅଠର ଜଣ ପ୍ରଶିକ୍ଷକ ନିୟୋଜିତ ହୋଇଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

