ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିକାଶ ଆବାସିକ ବିଦ୍ୟାଳୟରେ ଦୁଃସାହାସିକ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଜୀନବ ସଂଘର୍ଷମୟ ଏଣୁ ଏକ ସୁସ୍ଥ ତଥା ନିରାପଦ ଜୀବନ ବଞ୍ଚିବାକୁ ହେଲେ ବଞ୍ଚିବାର କଳା ଜାଣିବା ଆବଶ୍ୟକ । ବିଦ୍ୟାର୍ଥୀ ମାନଙ୍କୁ ବିଭିନ୍ନ ବିପଦମୟ ପରିବେଶରୁ ଉଦ୍ଧାର ପାଇବା ନିମନ୍ତେ ବିଭିନ୍ନ କୌଶଳ ଶିକ୍ଷା ଦେବା ଉଦ୍ଦେଶ୍ୟରେ ବିକାଶ ଆବାସିକ ବିଦ୍ୟାଳୟରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି
“ଏଡଭାନଞ୍ଚରସ କ୍ୟାମ୍ପ” ଉକ୍ତ କାର୍ଯ୍ୟକ୍ରମରେ ଆଇନଯିବି ହର୍ଜିନ୍ଦର୍ ସିଂ, ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଧଘାଟନ କରିଥିଲେ । ସମ୍ମନିତ ଅତିଥିଭାବେ ଡ଼ ଅଜୟ ମିଶ୍ର , ଅନୁଷ୍ଠାନର ନିର୍ଦ୍ଦେଶକ ଡି.ଶ୍ୟାମ , ଅନ୍ୟତମ ନିର୍ଦ୍ଦେଶକ ଡି. ରାମ କୁମାର, ଏକାଡେମିକ ଇନ୍ ଚାର୍ଜ ଡି.ବିଜୟା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର, କ୍ଲାଇମ୍ବର ଏଣ୍ଡ ଏଡଭାନଞ୍ଚର୍ସ କ୍ଳବର ସଭାପତି ଚିନ୍ମୟ ମହାରଣା ପ୍ରମୁଖ ଉପସ୍ଥିତ ରହି ତାଲିମାର୍ଥି ମାନଙ୍କୁ ପାଠ ସହିତ ଭବିଷ୍ୟତରେ ଜଣେ ସୁସ୍ଥ ନାଗରିକ ହେବାକୁ ହେଲେ ପ୍ରତ୍ୟେକଟି କ୍ଷେତ୍ରରେ ଉନ୍ନତି ଏକାନ୍ତ ଅପରିହାର୍ଯ୍ୟ ବୋଲି ଦିଗଦର୍ଶନ ଦେବା ସଙ୍ଗେ ସଙ୍ଗେ ଉତ୍ସାହିତ କରିଥିଲେ ।
ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା । ଏଥିରେ ବିକାଶ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ବିଦ୍ୟାଳୟର ପ୍ରାୟ ୨୭୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଏହି ଦୁଃସାହସିକ କ୍ୟାମ୍ପକୁ ପରିଚାଳନା କରିବା ନିମନ୍ତେ ‘କ୍ଲାଇମ୍ବରସ ଏଣ୍ଡ ଏଡଭାନଞ୍ଚର୍ସ କ୍ଳବ’ ର ଅଠର ଜଣ ପ୍ରଶିକ୍ଷକ ନିୟୋଜିତ ହୋଇଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

