ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ର ଗାଇନିକ୍ ସ୍ପେଶାଳିଷ୍ଟ ଡାକ୍ତର ଅଶୋକ ଦାସ ଗର୍ଭବତୀ ମହିଳାଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଜାରେ ଛନ୍ଦି ହୋଇ ପଡିଛନ୍ତି। ଏକାଥରକେ ମେଡିକାଲ ସମେତ ସରକାରୀ କ୍ୱାଟର ରେ ଭିଜିଲାନ୍ସ ବିଭାଗର ଚଢାଇ କରିଛି।
ସୂଚନା ଅନୁଯାୟୀ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଡିଙ୍ଗ ପଦର ଗାଁର ଗର୍ଭବତୀ ଲକ୍ଷ୍ମୀ ପ୍ରିୟା ମାଝୀ ଙ୍କ ଅସ୍ତ୍ରୋପଚାର କରିବା ନାଁରେ ତାଙ୍କ୍ ସ୍ବାମୀ ଲୋକେଶ ମାଝୀ ଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ। ଏନେଇ ଲୋକଶ ଭିଜିଲାନ୍ସ ବିଭାଗ ର ଦ୍ବାରସ୍ଥ ହୋଇଥିଲେ। ଯୋଜନାବଦ୍ଧ ଭାବରେ ଡାକ୍ତର ଅଶୋକ ଦାସ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ଚଢାଇ କରି ଡାକ୍ତର ଙ୍କ ଠାରୁ ରଙ୍ଗବୋଲା ଟଙ୍କା ଜବତ କରିଥିବା ବେଳେ ବର୍ତ୍ତମାନ ଡାକ୍ତର ଙ୍କ ସରକାରୀ କ୍ଵାଟର ରେ ଭିଜିଲାନ୍ସ ବିଭାଗ ର ଚଢାଉ ବେଳେ ବର୍ତ୍ତମାନ ସୁଦ୍ଧା ଆହୁରି ୯୬ ହଜାର ୯ ସହ ୫୦ ଟଙ୍କା ଜବତ କରାଯାଇଥିବା ବେଳେ ଡ଼ାକ୍ତର ଙ୍କ ନୟାଗଡ଼ ଠାରେ ଥିଲା ପୌତୃକ ବାସଭବନ ରେ ମଧ୍ଯ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଥିବା ନେଇ ଭିଜଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

