ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଚହଗାଁ ମର୍ନିଙ୍ଗ ୱାର୍କ ଟିମ ତରଫରୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ବାର୍ତ୍ତା ନେଇ ଏକ ପଦଯାତ୍ରା ସମାଜସେବୀ ଜଗତରାମ ସାହୁଙ୍କ ନେତୃତ୍ୱରେ ରାତି ୩:୩୦ଟା ଚହଗାଁ ରୁ ଆରମ୍ଭ କରି ସକାଳ ୮:୩୦ରେ ଭବାନୀପାଟଣା ପହଞ୍ଚିଥିଲେ। ଏହି ଟିମରେ ଅଞ୍ଜନ କୁମାର ସାହୁ, ନୀଳାମ୍ବର ସାହୁ, ସୁଦର୍ଶନ ସାହୁ, ଅଭୟ ସାହୁ,ଧନସାଗର ବେଶ୍ରା,କ୍ଷୀରାଦ୍ରି ଶବର, ମୋହନ ବାଗ, କୈଳାସ ସାହୁ ଥିଲେ।
ଏଅବସରରେ ଅନ୍ତରାଷ୍ଟ୍ରୀୟ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲ ତାଙ୍କୁ ଭବାନୀପାଟଣା ଠାରେ ସ୍ୱାଗତ ଜଣାଇଥିଲେ। ସ୍ୱାସ୍ଥ୍ୟ ହିଁ ସମ୍ପଦ ନିଶ୍ଚିତ ଭାବରେ ଆଜିକାଦିନରେ ଗୋଟିଏ ପ୍ରାଥମିକ ବିଷୟ। ଦୈନନ୍ଦିନ ଜୀବନଶୈଳୀ ଯେପରି ପ୍ରକୃତି ଓ ବାୟୁ ମଣ୍ଡଳ ପରିବର୍ତ୍ତନ ଘଟୁଛି,ସେସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଗୋଟେ ସଚେତନା ବାର୍ତ୍ତା ଦେଇଥିବାରୁ ଆୟୋଜକ ମଣ୍ଡଳୀ ଏବଂ ପଦଯାତ୍ରୀ ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ଏବଂ ତାଙ୍କୁ ଭବାନୀପାଟଣାରେ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଯୁବ ସମାଜ ଏବଂ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଯତ୍ନବାନ ହେବାପାଇଁ ଆହ୍ୱାନ ଦେଇଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

