ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଚହଗାଁ ମର୍ନିଙ୍ଗ ୱାର୍କ ଟିମ ତରଫରୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ବାର୍ତ୍ତା ନେଇ ଏକ ପଦଯାତ୍ରା ସମାଜସେବୀ ଜଗତରାମ ସାହୁଙ୍କ ନେତୃତ୍ୱରେ ରାତି ୩:୩୦ଟା ଚହଗାଁ ରୁ ଆରମ୍ଭ କରି ସକାଳ ୮:୩୦ରେ ଭବାନୀପାଟଣା ପହଞ୍ଚିଥିଲେ। ଏହି ଟିମରେ ଅଞ୍ଜନ କୁମାର ସାହୁ, ନୀଳାମ୍ବର ସାହୁ, ସୁଦର୍ଶନ ସାହୁ, ଅଭୟ ସାହୁ,ଧନସାଗର ବେଶ୍ରା,କ୍ଷୀରାଦ୍ରି ଶବର, ମୋହନ ବାଗ, କୈଳାସ ସାହୁ ଥିଲେ।
ଏଅବସରରେ ଅନ୍ତରାଷ୍ଟ୍ରୀୟ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲ ତାଙ୍କୁ ଭବାନୀପାଟଣା ଠାରେ ସ୍ୱାଗତ ଜଣାଇଥିଲେ। ସ୍ୱାସ୍ଥ୍ୟ ହିଁ ସମ୍ପଦ ନିଶ୍ଚିତ ଭାବରେ ଆଜିକାଦିନରେ ଗୋଟିଏ ପ୍ରାଥମିକ ବିଷୟ। ଦୈନନ୍ଦିନ ଜୀବନଶୈଳୀ ଯେପରି ପ୍ରକୃତି ଓ ବାୟୁ ମଣ୍ଡଳ ପରିବର୍ତ୍ତନ ଘଟୁଛି,ସେସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଗୋଟେ ସଚେତନା ବାର୍ତ୍ତା ଦେଇଥିବାରୁ ଆୟୋଜକ ମଣ୍ଡଳୀ ଏବଂ ପଦଯାତ୍ରୀ ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ଏବଂ ତାଙ୍କୁ ଭବାନୀପାଟଣାରେ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଯୁବ ସମାଜ ଏବଂ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଯତ୍ନବାନ ହେବାପାଇଁ ଆହ୍ୱାନ ଦେଇଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

