ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡାହାଣୀ ପ୍ରଥାକୁ ନା କହିବା ସଂପର୍କିତ ସଚେତନତା କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା କର୍ମଶାଳା ରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗ ଦେଇ ଗ୍ରାମାଞ୍ଚଳରେ ଏହି ଡାହାଣୀ ପ୍ରଥାକୁ ବିରୋଧ କରିବା ତଥା ସମୂଲେ ନାଶ କରିବା ପାଇଁ ବିଶେଷତ ଯୁବଗୋଷ୍ଠୀଙ୍କ ଭୂମିକା ଓ ବ୍ୟାପକ ପ୍ରଚାର ସଚେତନତାକୁ ଗୁରୁତ୍ଵ ଦେଲେ ଏହାର ବିଲୋପ ହେବ ବୋଲି କହିଥିଲେ।
ସଚେତନତା କର୍ମଶାଳା ଦ୍ଵାରା ଡାହାଣୀ ଜନିତ କୁସଂସ୍କାର ଓ ଅନ୍ଧ ବିଶ୍ବାସକୁ ଦୂର କରାଯାଇପାରିବ, ଗ୍ରାମାଞ୍ଚଳରେ ଏ ନେଇ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ଶିକ୍ଷାର ଅଭାବ ଓ କୁସଂସ୍କାର, ଡାହାଣୀ ଓ ଗୁଣିଆ ଭଳି କୁପ୍ରଥା ସାମାଜିକ କଳଙ୍କ ଦୂର କରିବାରେ ଅନ୍ତରାୟ ସୃଷ୍ଟି କରୁଛି।ଏହି ବୈଠକରେ ଡି ଏସ ପି ମୁକ୍ତି କୁମାର କୁଲୁ ଏବଂ ଝାରସୁଗୁଡ଼ା ଜିଲ୍ଲା ସଂଯୋଜକ ପିତ୍ତବାସ ବେହେରା ସଚେତନତା କର୍ମଶାଳା କୁ ପି ପି ଟି ମାଧ୍ୟମରେ ଏହାର ଲକ୍ଷ୍ୟ, ଉଦ୍ଦେଶ୍ୟ, ଓଡ଼ିଶା ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ୨୦୧୩ ଓ ଦଣ୍ଡବିଧାନ ସମ୍ବନ୍ଧରେ ସଭାରେ ପ୍ରାଞ୍ଜଲ ଭାବରେ ବୁଝାଇଥିଲେ। କର୍ମଶାଳା ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ପ୍ରସାଦ ଗୁରୁ, ଡି ଡବ୍ଲୁ ଓ, ଡି ଏସ ଡବ୍ଲୁ ଓ , ଡି ସି ପି ଓ,ସମସ୍ତ ବ୍ଲକ୍ ସି ଡି ପି ଓ, ସୁପରଭାଇଜର, କଲେଜ ଛାତ୍ର ଓ ଛାତ୍ରୀ ଉପସ୍ଥିତ ଥିଲେ। ଡି ଏସ ଡ ବ୍ଲୁ ଓ ପ୍ରଭାତୀ ରାଣୀ ତ୍ରିପାଠୀ କର୍ମଶାଳା ପରିଚାଳନା କରିଥିଲେ ଏବଂ ପି ଓ ନିୟତି ବାଲା ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

