ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘ,ଓଡିଶା ପକ୍ଷରୁ ଦୁଇ ଦଫାଦାବି ନେଇ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚିଛି ହେଲେ ପ୍ରଶାସନ କର୍ଣ୍ଣପାତ କରୁଥିବା ରୁ ଆସନ୍ତା ୨୩ତାରିଖ ରାଜ୍ୟ ର ପ୍ରତେକ ପଞ୍ଚାୟତ ନିର୍ବାହି ଅଧିକାରୀ ଭୁବନେଶ୍ୱର ଯାଇ ଏକ ରେଲି ବାହାରି ବିଧାନସଭା ସମ୍ମୁଖରେ ରେ ଗଣ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସଂଘ ସଭାପତି କୃଷ୍ଣଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି।
ଦାବି ମଧ୍ୟରେ ପଞ୍ଚାୟତ ନିର୍ବାହି ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +୨ରୁ+୩ କରିବା ସହିତ ଦରମା ହାର ଲେବୁଲ ୫ରୁ ଲେବୁଲ୯କୁ ଧାର୍ଯ୍ୟ କରାଯାଉ ଏବଂ ନୂତନ ପଦବୀ ସୃଷ୍ଟିକରି ୧୦ବର୍ଷ କାର୍ଯ୍ୟ ସମ୍ପୁର୍ନ କରିଥିବା ପଞ୍ଚାୟତ ନିର୍ବାହି ଅଧିକାରୀମାନଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜି.ପି.ଡି.ଓ ପଦବୀରେ ସତପ୍ରତିଶତ ପଦୋଉନ୍ନତି ପ୍ରଦାନ କରିବା ଓ.ପି.ଆର.ଏସ କାର୍ଡ ରୁଲ ରେ ଅନ୍ତର୍ଭୁକ୍ତ କରିବାକୁନେଇ ଧାରଣାରେ ବସିଛନ୍ତି। ଏହି ଦାବି ଗୁଡିକପୂରଣ ନହେବାଯାଇଁ ଧାରଣା ରେ ବସିରହିବୁବୋଲି ସଂଘ କଳାହାଣ୍ଡି ଜିଲ୍ଲା ଶାଖା ସଭାପତି ମତ ପ୍ରକାଶ କରିଥିଲେ।ଏହି ଗଣ ଧାରଣାରେ ଜିଲ୍ଲା ୩୧୦ ପଞ୍ଚାୟତ ନିର୍ବାହି ଅଧିକାରୀ କଳାହାଣ୍ଡି ଶାଖାର ସଭାପତି କୃଷ୍ଣଚନ୍ଦ୍ର ସାହୁ, ଉପସଭାପତି ନରେନ୍ଦ୍ର ରାଉତ,ସମ୍ପାଦକ ଉଗ୍ରସେନ ଗଉଡ଼, ଯୁଗ୍ମ ସମ୍ପାଦକ ଲମ୍ବୁ ଶିଖା, କୋଷାଧ୍ୟକ୍ଷ ସନ୍ୟାସୀ ନାୟକ,ସଂଗଠନ ସମ୍ପାଦକ ପ୍ରଦୀପ ସାହୁ(ଲାଲୁ),ବସନ୍ତ କୁମାର ମିଶ୍ର,ପ୍ରମୁଖ ଉଅସ୍ଥିତ ରହି ଆନ୍ଦୋଳନକୁ ଭୁବନେଶ୍ୱର ଯାଇ ବିଧାନସଭା ସମ୍ମୁଖରେ ଆହୁରି ତୀବ୍ରତର କରିବୁ ବୋଲିପ୍ରକାଶ କରିଛନ୍ତି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

