କଳାହାଣ୍ଡି:ଭବାନୀପାଟଣା,(ଲକ୍ଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ )କଳାହାଣ୍ଡି ସମେତ ୭ ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି ଲାଲବାହିନୀ।ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିବା ସହ ଅଧିକାର ଅଭିଯାନ ପାଳିବାକୁ ଜନ ସାଧାରଣ ଙ୍କୁ ଆୱାନ କରିଛି ଲାଲ ସଂଗଠନ।
କଳାହାଣ୍ଡି ,କନ୍ଧମାଳ, ବୌଦ୍ଧ, ନୟାଗଡ଼,ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ଦକୁ ସଫଳ କରିବା ପାଇଁ ଆୱାନ ଦେଇଥିଲେ ମାଓବାଦୀ। ଏହି ୭ ଟି ଜିଲ୍ଲାରେ ବନ୍ଦ ପାଳନ କରୁଛନ୍ତି ମାଓବାଦୀ, ଯାହାର ପ୍ରଭାବ ଦରଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ।
ଭବାନୀପାଟଣା ରୁ ଥୁଆମୂଳ ରାମପୁର କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା କିଟପଦର ଛକ ନିକଟରେ ମାଓବାଦୀ ମାନେ ଗଛ ପକାଇ ରାଜ୍ୟ ରାଜପଥ ଅବରୋଧ କରିବା ସହ ପୋଷ୍ଟର ଲଗାଇ ବନ୍ଦ ପାଳନକୁ ସମର୍ଥନ କରିବାକୁ ଜନ ସାଧାରଣଙ୍କୁ ଆୱାନ କରିଛନ୍ତି ମାଓ ସଂଗଠନ।
ଏହାସହ ଗଛ ନିକଟରେ ମୃତ୍ୟର ଫାସ ମଧ୍ୟ ବିଛାଇଛନ୍ତି ମାଓବାଦୀ।ଗଛ ନିକଟରେ ଡେଟୋନେଟର ଲଗାଇବା ସହ ବୋତଲରେ ବାମ ଖଞ୍ଜି ଏକ ପ୍ରକାର ମୃତ୍ୟର ଫାସ ବିଛାଇଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣା ସ୍ଥଳରେ ବମ ସ୍କୁୱାର୍ଡ଼ ପହଞ୍ଚି ବୋମାକୁ ଜବତ କରିବା ସହ ବୋମାକୁ ନଷ୍ଟ କରିବା ସହ ଗଛକୁ ରାସ୍ତାରୁ ହଟାଇବା ଫଳରେ ଯାତାୟତ ସ୍ୱାଭାବିକ ହୋଇପାରିଛି।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

