କଳାହାଣ୍ଡି:ଭବାନୀପାଟଣା,(ଲକ୍ଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ )କଳାହାଣ୍ଡି ସମେତ ୭ ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି ଲାଲବାହିନୀ।ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିବା ସହ ଅଧିକାର ଅଭିଯାନ ପାଳିବାକୁ ଜନ ସାଧାରଣ ଙ୍କୁ ଆୱାନ କରିଛି ଲାଲ ସଂଗଠନ।
କଳାହାଣ୍ଡି ,କନ୍ଧମାଳ, ବୌଦ୍ଧ, ନୟାଗଡ଼,ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ଦକୁ ସଫଳ କରିବା ପାଇଁ ଆୱାନ ଦେଇଥିଲେ ମାଓବାଦୀ। ଏହି ୭ ଟି ଜିଲ୍ଲାରେ ବନ୍ଦ ପାଳନ କରୁଛନ୍ତି ମାଓବାଦୀ, ଯାହାର ପ୍ରଭାବ ଦରଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ।
ଭବାନୀପାଟଣା ରୁ ଥୁଆମୂଳ ରାମପୁର କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା କିଟପଦର ଛକ ନିକଟରେ ମାଓବାଦୀ ମାନେ ଗଛ ପକାଇ ରାଜ୍ୟ ରାଜପଥ ଅବରୋଧ କରିବା ସହ ପୋଷ୍ଟର ଲଗାଇ ବନ୍ଦ ପାଳନକୁ ସମର୍ଥନ କରିବାକୁ ଜନ ସାଧାରଣଙ୍କୁ ଆୱାନ କରିଛନ୍ତି ମାଓ ସଂଗଠନ।
ଏହାସହ ଗଛ ନିକଟରେ ମୃତ୍ୟର ଫାସ ମଧ୍ୟ ବିଛାଇଛନ୍ତି ମାଓବାଦୀ।ଗଛ ନିକଟରେ ଡେଟୋନେଟର ଲଗାଇବା ସହ ବୋତଲରେ ବାମ ଖଞ୍ଜି ଏକ ପ୍ରକାର ମୃତ୍ୟର ଫାସ ବିଛାଇଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣା ସ୍ଥଳରେ ବମ ସ୍କୁୱାର୍ଡ଼ ପହଞ୍ଚି ବୋମାକୁ ଜବତ କରିବା ସହ ବୋମାକୁ ନଷ୍ଟ କରିବା ସହ ଗଛକୁ ରାସ୍ତାରୁ ହଟାଇବା ଫଳରେ ଯାତାୟତ ସ୍ୱାଭାବିକ ହୋଇପାରିଛି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

