ନ୍ୟୁଜଗ୍ୟାଲେରି, ଭବାନୀପାଟଣା:- ଭବାନୀପାଟଣା ପୌରପାଳିକା ୧୯ନମ୍ବର ୱାର୍ଡ ର ମଦନମୋହନ ମନ୍ଦିର ପାଖ ଦୁର୍ଗା ମିଶ୍ର ଙ୍କ ଗଳି ରାସ୍ତା ବହୁତ କାଦୁଅ ପାଣିରେ ଥିବାରୁ ସେହି ଗଳି ରେ ରହୁଥିବା ଲୋକମାନେ ହଇରାଣ ହେଉଥିବା ବେଳେ ସମାଜ ସେବୀ ରୋହିତ ଦୁର୍ଗା ଲୋକଙ୍କ ସମସ୍ୟ ଶୁଣି ଗଳି କୁ ପରିଦର୍ଶନ କରି ସ୍ଥାନୀୟ ୧୯ ନମ୍ବର ୱାର୍ଡ କାଉନସିଲର ପ୍ରଶାନ୍ତ କୁମାର ଠାକୁର ଙ୍କୁ ଭେଟି ରାସ୍ତା ଓ ନାଳୀ ର ସମସ୍ୟ ଜଣାଇଥିଲେ।
ଦୁର୍ଗା ଙ୍କ ସମସ୍ୟ ଶୁଣି ଚର୍ଚ୍ଚା ଆଲୋଚନା କଲା ପରେ ସ୍ଥାନୀୟ କାଉନସିଲର ପ୍ରଶାନ୍ତ କୁମାର ଠାକୁର ପ୍ରକାଶ କରିଛନ୍ତି ଯେ ସେହି ରାସ୍ତା ର ଟେଣ୍ଡର ହୋଇସାରିଛି ବର୍ଷା କମିଲା ପରେ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି କହିଛନ୍ତି। କିନ୍ତୁ ପୌର କର୍ତ୍ତୃପକ୍ଷ ଙ୍କ କଥା କୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି ସ୍ଥାନୀୟ ବାସିନ୍ଦା, ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

