ଭବାନୀପାଟଣା ପୌରପାଳିକା୧୯ନମ୍ବର ର ୱାର୍ଡ ମଦନ ମୋହନ ଗଳି ରାସ୍ତା ନିର୍ମାଣ ଦାବି

0 minutes, 0 seconds Read

ନ୍ୟୁଜଗ୍ୟାଲେରି, ଭବାନୀପାଟଣା:- ଭବାନୀପାଟଣା ପୌରପାଳିକା ୧୯ନମ୍ବର ୱାର୍ଡ ର ମଦନମୋହନ ମନ୍ଦିର ପାଖ ଦୁର୍ଗା ମିଶ୍ର ଙ୍କ ଗଳି ରାସ୍ତା ବହୁତ କାଦୁଅ ପାଣିରେ ଥିବାରୁ ସେହି ଗଳି ରେ ରହୁଥିବା ଲୋକମାନେ ହଇରାଣ ହେଉଥିବା ବେଳେ ସମାଜ ସେବୀ ରୋହିତ ଦୁର୍ଗା ଲୋକଙ୍କ ସମସ୍ୟ ଶୁଣି ଗଳି କୁ ପରିଦର୍ଶନ କରି ସ୍ଥାନୀୟ ୧୯ ନମ୍ବର ୱାର୍ଡ କାଉନସିଲର ପ୍ରଶାନ୍ତ କୁମାର ଠାକୁର ଙ୍କୁ ଭେଟି ରାସ୍ତା ଓ ନାଳୀ ର ସମସ୍ୟ ଜଣାଇଥିଲେ। ଦୁର୍ଗା ଙ୍କ ସମସ୍ୟ ଶୁଣି ଚର୍ଚ୍ଚା ଆଲୋଚନା କଲା ପରେ ସ୍ଥାନୀୟ କାଉନସିଲର ପ୍ରଶାନ୍ତ କୁମାର ଠାକୁର ପ୍ରକାଶ କରିଛନ୍ତି ଯେ ସେହି ରାସ୍ତା ର ଟେଣ୍ଡର ହୋଇସାରିଛି ବର୍ଷା କମିଲା ପରେ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି କହିଛନ୍ତି। କିନ୍ତୁ ପୌର କର୍ତ୍ତୃପକ୍ଷ ଙ୍କ କଥା କୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି ସ୍ଥାନୀୟ ବାସିନ୍ଦା, ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts