Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା କଳାହାଣ୍ଡିର ବରପୁତ୍ରରେ ସମ୍ମାନିତ ପ୍ରଭାସ ଚନ୍ଦ୍ର ମିଶ୍ର, ସଦର ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ, ପୂର୍ବତନ ବ୍ଲକ ଚେୟାରମ୍ୟାନ ଶେଷ ଦେବ ସାହୁ, ଥୁଆପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ଦିଗାମ୍ବର ଲୋହା, ତେନ୍ତୁଳୀଖୁଣ୍ଟି ସି ଆର ସି ସି ସୂର୍ଯ୍ୟ ନାରାୟଣ ମହାନ୍ତି, ଥୁଆପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ. ନାଗେଶ୍ୱର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଅତିଥିବୃନ୍ଦ ନିଜ ବକ୍ତବ୍ୟରେ ବିଦ୍ୟାଳୟରେ ବାର୍ଷିକ ଉତ୍ସବର ମହତ୍ୱ ତଥା ଏହି ଅଞ୍ଚଳରେ ଥୁଆପଦର ଉଚ୍ଚ ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ରହିଥିବା ଅବଦାନ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ବିଦ୍ୟାଳୟର ଛାତ୍ରଛାତ୍ରୀ ଯଦି ଆଗ୍ରହ ପ୍ରକାଶ କରିବେ, ତେବେ ନିଃଶୁଳ୍କ ଭାବେ ମୁର୍ତ୍ତିକଳା ଶିକ୍ଷା ପ୍ରଦାନ କରିବେ ବୋଲି କହିଥିଲେ। ମୁଖ୍ୟ ଅତିଥି ବିଦ୍ୟାଳୟର ଉନ୍ନତି କଳ୍ପେ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଅଙ୍ଗିକାରବଦ୍ଧ ବୋଲି ଘୋଷଣା କରିବା ସହ ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ଘୋଷଣା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷୟିତ୍ରୀ ଦୀପ୍ତି ମୟୀ ସିଂ ମଞ୍ଚ ପରିଚାଳନା କରିଥିଵା ବେକେ ବରିଷ୍ଠ ଶିକ୍ଷକ ଗିରିଜା ଶଙ୍କର ସାହୁ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପଠନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଧୁନତିଶା ରଞ୍ଜନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ବିରଞ୍ଚି ତାଣ୍ଡି, ସୁବାସ ତାଣ୍ଡି, ମୃତ୍ୟୁଞ୍ଜୟ ପତି,ବିଭୁତି ପ୍ରଧାନ, ଉମାକାନ୍ତ ପାଣିଗ୍ରାହୀ, ତପନ ସାହୁ, ଶିବଦତ୍ତ ପଣ୍ଡା, ନରେନ୍ଦ୍ର କୁମଝରିଆ ଅଫିସ ସହାୟକ କେଶବ ପ୍ରଧାନ ଓ ଚତୁର୍ଥ କର୍ମଚାରୀ ଦିଗାମ୍ବର ଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
