ନ୍ୟୁଜ ଗ୍ୟାଲେରି,ଧର୍ମଗଡ:ଔଷଧ ବ୍ୟବସାୟୀଙ୍କ ସର୍ବଭାରତୀୟ ସଂଗଠନ ଏ ଆଇ ଓ ସି ଡି ର ସ୍ୱର୍ଣ୍ଣ ଜୟନ୍ତୀ ବର୍ଷ ଓ ଜାତୀୟ ସଭାପତି ଜଗନ୍ନାଥ ସିନ୍ଧେ ଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଏକ ବିଶାଳ ରକ୍ତ ଦାନ ଶିବିର ର ଆୟୋଜନ ହୋଇ ଯାଇଛି। ଧର୍ମଗଡ଼ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଧଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥଲେ। ସୂଚନା ଯୋଗ୍ୟ ଯେ,ସାରା ଭାରତ ବର୍ଷରେ ଏକ ସମୟରେ ଏହି ସଂଗଠନ ଜରିଆରେ ଆୟୋଜନ କରାଯାଇ ୭୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଗିନିସ୍ ଵୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ ରେ ନାମ ପଞ୍ଜିକରଣ ପାଇଁ ବ୍ୟବସ୍ଥା କରାଯାଇଥିବା ସଂଘର ସମ୍ପାଦକ ହୃଷିକେଶ ମିଶ୍ର ପ୍ରକାଶ କରିଛନ୍ତି।
ଏହି ଶିବିରରେ ୫୧ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ୍ ର ସଭାପତି ଅଶୋକ କୁମାର ରାଉତ, କୋଷାଧ୍ୟକ୍ଷ କିଶୋର ଅଗ୍ରୱାଲ, ଗୋରୀ ଶଙ୍କର ରାୟଗୁରୁ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଆଶିଷ ପଟ୍ଟଯୋଷୀ, ସମେତ ସଂଘର ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଉକ୍ତ ଶିବିରରେ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ, ସୋସିଆଲ ୱେଲ ଫେୟାର ସଙ୍ଘର ସଭପତି ଉମାକାନ୍ତ ସୁନାନୀ, ସୁମିତ କୁମାର ଖମାରୀ, ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ମହିଳା ମହବିଦ୍ୟାଳୟର ପ୍ରିୟମ୍ବଦା ଚାନ୍ଦ , ବଙ୍କିମ ମୁଣ୍ଡ, ପର୍ଶୁରାମ ସେନାର ବିଶ୍ଵ ରଞ୍ଜନ ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

