ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ସର୍ବଭାରତୀୟ ସଂଗଠନ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ। By Hemant Kumar Ray January 26, 2025January 26, 2025 0 minutes, 0 seconds Read 197 ନ୍ୟୁଜ ଗ୍ୟାଲେରି,ଧର୍ମଗଡ:ଔଷଧ ବ୍ୟବସାୟୀଙ୍କ ସର୍ବଭାରତୀୟ ସଂଗଠନ ଏ ଆଇ ଓ ସି ଡି ର ସ୍ୱର୍ଣ୍ଣ ଜୟନ୍ତୀ ବର୍ଷ ଓ ଜାତୀୟ ସଭାପତି ଜଗନ୍ନାଥ ସିନ୍ଧେ ଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଏକ ବିଶାଳ ରକ୍ତ ଦାନ ଶିବିର ର ଆୟୋଜନ ହୋଇ ଯାଇଛି। ଧର୍ମଗଡ଼ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଧଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥଲେ। ସୂଚନା ଯୋଗ୍ୟ ଯେ,ସାରା ଭାରତ ବର୍ଷରେ ଏକ ସମୟରେ ଏହି ସଂଗଠନ ଜରିଆରେ ଆୟୋଜନ କରାଯାଇ ୭୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଗିନିସ୍ ଵୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ ରେ ନାମ ପଞ୍ଜିକରଣ ପାଇଁ ବ୍ୟବସ୍ଥା କରାଯାଇଥିବା ସଂଘର ସମ୍ପାଦକ ହୃଷିକେଶ ମିଶ୍ର ପ୍ରକାଶ କରିଛନ୍ତି। ଏହି ଶିବିରରେ ୫୧ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ୍ ର ସଭାପତି ଅଶୋକ କୁମାର ରାଉତ, କୋଷାଧ୍ୟକ୍ଷ କିଶୋର ଅଗ୍ରୱାଲ, ଗୋରୀ ଶଙ୍କର ରାୟଗୁରୁ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଆଶିଷ ପଟ୍ଟଯୋଷୀ, ସମେତ ସଂଘର ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଉକ୍ତ ଶିବିରରେ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ, ସୋସିଆଲ ୱେଲ ଫେୟାର ସଙ୍ଘର ସଭପତି ଉମାକାନ୍ତ ସୁନାନୀ, ସୁମିତ କୁମାର ଖମାରୀ, ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ମହିଳା ମହବିଦ୍ୟାଳୟର ପ୍ରିୟମ୍ବଦା ଚାନ୍ଦ , ବଙ୍କିମ ମୁଣ୍ଡ, ପର୍ଶୁରାମ ସେନାର ବିଶ୍ଵ ରଞ୍ଜନ ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ଭବାନୀପାଟଣା ସହରର ପୂର୍ବତନ ନଗରପାଳ ନିରଞ୍ଜନ ପ୍ରଧାନଙ୍କ ଦେହାନ୍ତ By Hemant Kumar Ray September 24, 2024September 24, 2024
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ୫୩ଲକ୍ଷରୁ ଉର୍ଦ୍ଧ୍ବ ଗରିବ ଓ ଅବହେଳିତ ହିତାଧିକାରୀଙ୍କୁ ଠକି ଦେଇଛନ୍ତି ମୋହନ ସରକାର By Hemant Kumar Ray February 4, 2025February 4, 2025