ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଆୟୋଜିତ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକମ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨.୦ ର ପୋଷ୍ଟର ଉନ୍ମୋଚନ କରାଯାଇଥିଲା।
ଜିଲ୍ଲାରେ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ କୁ ସଫଳ କରିବା ରେ ସମସ୍ତ ଙ୍କର ସହଯୋଗ ର ଆବଶ୍ୟକତା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ସୁଚେତା ପାଣି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳ ବିଭିନ୍ନ ବିଭାଗର ଜିଲ୍ଲା ତଥା ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ସ୍ୱାଗତ ଜଣେଇବା ସହିତ ଏହି ଅଭିଯାନ ସମ୍ୱନ୍ଧେ ଓ ତମାଖୁର କୁପ୍ରଭାବ ଓ ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ଉପରେ ସୂଚନା ଦେଇଥିଲେ। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ରାକେଶ କୁମାର ସାହୁ ଏହି ଯୁବ ଅଭିଯାନର ମୂଳ ଉଦ୍ଦେଶ୍ୟ, ଗତ ଅଭିଯାନରେ କଳାହାଣ୍ଡି ଜିଲ୍ଲାରେ ହୋଇଥିବା କାର୍ଯ୍ୟକ୍ରମର ବିବରଣୀ ତଥା ଏହି ବର୍ଷ ଅଭିଯାନର ୫ଟି ମୁଖ୍ୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଆସିଷ୍ଟାଣ୍ଟ ମ୍ୟାନେଜର- ଅଣସଂକ୍ରମଣ ରୋଗ, ହିମାଂଶୁ ଶେଖର ବାରିକ ଏହି ଅଭିଯାନରେ ଥିବା ବିଭିନ୍ନ ବିଭାଗର ଦାୟିତ୍ୱ ଭୂମିକା, ଜିଲ୍ଲା ସ୍ତରୀୟ ଯୋଜନା ଓ ଅଭିଯାନର ଅନଲାଇନ ଡାଟା ଏଣ୍ଟ୍ରି ଉପରେ ପୁଙ୍ଖାନୁପୁଙ୍କ ଆଲୋଚନା କରିଥିଲେ। ଏହି ଅଭିଯାନରେ ୫ ଟି ମୂଳ କାର୍ଯ୍ୟକ୍ରମ ଅଛି ଯଥା: ତମାଖୁର କୁପ୍ରଭାବ ଉପରେ ଜନ ସଚେତନତା ସୃଷ୍ଟି କରିବା, ଜିଲ୍ଲା ର ୧୬୦ ଟି ଶିକ୍ଷାନୁଷ୍ଠାନକୁ ତମାଖୁମୁକ୍ତ କରିବା, ୨୦ ଟି ଗାଁକୁ ତମାଖୁମୁକ୍ତ କରିବା, ୧୬ ଟି କୋଟପା ପେକା ଏନ୍ଫୋର୍ସମେଣ୍ଟ ଡ୍ରାଇଭ କରିବା ଓ ସବୁ କାର୍ଯ୍ୟକ୍ରମକୁ ଅନଲାଇନ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକର୍ମରେ ରଞ୍ଜନ ନାୟକ-ସୁପରିଟେଣ୍ଡେଣ୍ଟ ଅବକାରୀ ବିଭାଗ, ଡ. ରଞ୍ଜନ ମିତ୍ର- ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡି ଏଚ ଏଚ ,ବିଚିତ୍ରାନନ୍ଦ ସେଠି ପୋଲିସ ଡ଼ିଏସପି,ହଳଧର ନିଆଲ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁଶାନ୍ତ କୁମାର ଚୋପଦାର ଜିଲ୍ଲା ଶିକ୍ଷା ଅଧିକାରୀ, ନିହାର ରଞ୍ଜନ ଠାକୁର, ଏପିଡେମିଓଲୋଜିଷ୍ଟ ତଥା ଅନ୍ୟାନ୍ୟ ଜିଲ୍ଲା ଅଧିକାରୀ, ବ୍ଲକ ସ୍ତରୀୟ ବିପିଏଚଓ, ବିପିଏମ , ଆଶା ଓ ବିଏସଏ ଏନଜିଓର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପରେ ପରେ ଜିଲ୍ଲାପାଳ ଙ୍କ ଅଧକ୍ଷତାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କୋଡିନେସନ କମିଟିର ବୈଠକ ମଧ୍ୟ ହୋଇଥିଲା ଓ ପୂର୍ବ କାର୍ଯ୍ୟକ୍ରମ ଉପରେ ଆଲୋଚନା ଓ ଆଗାମୀ କାର୍ଯ୍ୟକ୍ରମ ଉପରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପରିଶେଷରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଏନ. ଏଚ. ଏମ, ଭବାନୀ ଶଙ୍କର ସାହୁ କାର୍ଯ୍ୟକ୍ରମ ରେ ଉପସ୍ଥି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

