ପରଲୋକରେ କଳାହାଣ୍ଡିର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀଙ୍କ ପରଲୋକ ଘଟିଛି। ସାମ୍ବାଦିକତା କ୍ଷେତ୍ରରେ ସ୍ୱର୍ଗତ ଦ୍ୱିବେଦୀଙ୍କ ଦୀର୍ଘ ବର୍ଷର ଅଭିଜ୍ଞତା ରହିଥିଲା। ଦୀର୍ଘ ବର୍ଷ ଧରି ସେ ବିଭିନ୍ନ ସମ୍ବାଦପତ୍ର ଯଥା ପ୍ରଜାତନ୍ତ୍ର, ପ୍ରଗତିବାଦୀ, ଅନୁପମ ଭାରତ,ଭଳି ଅନୁଷ୍ଠାନ ରେ ସାମ୍ବାଦିକତା କରି ଆସିଥିଲେ ହେଁ ପରବର୍ତ୍ତୀ ସମୟରେ “ସମାଜ” ଖବରକାଗଜରେ ଦୀର୍ଘ ବର୍ଷ ଧରି କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରି ଜିଲ୍ଲାର ବହୁ ସମସ୍ୟା ସମ୍ପର୍କରେ ସମ୍ବାଦ ପରିବେଷଣ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ବିଶେଷ କରି ଜିଲ୍ଲାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି। କଳାହାଣ୍ଡି ପେଶାଦାର ସାମ୍ୱାଦିକ ସଂଘ ର ଉପଦେଷ୍ଟା ଭାବେ ସ୍ବର୍ଗତ ଦ୍ବିବେଦୀ ଜିଲ୍ଳାରେ ଅନେକ ନୂଆଁ ସାମ୍ୱାଦିକ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗ ଖବର ପାଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ର ବରିଷ୍ଠ ନେତା ଭକ୍ତ ଚରଣ ଦାସ,ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ସମାଜ ସେବୀ ପ୍ରମୋଦ ଖମାରୀ ବିଭିନ୍ନ ସାମ୍ବାଦିକ ସଂଘ ର କର୍ମକର୍ତ୍ତା ବରିଷ୍ଠ ସାମ୍ବାଦିକ ଲେଖକ ସତ୍ୟନାରାୟଣ ମହାପାତ୍ର, ନ୍ୟୁଜ ଗ୍ୟାଲେରି ଖବରକାଗଜ ର ସମ୍ପାଦକ ହେମନ୍ତ କୁମାର ରାୟ,ଓ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା , ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଶରତ ଚନ୍ଦ୍ର ନାୟକ, ଅମଲା ସଂଘ ଉପଦେଷ୍ଟା ରୂପ କେଶରୀ ଦଳେଇ, ଆଇନ ଜିବୀ ନିହାର ମିଶ୍ର, ସତ୍ୟ ନାରାୟଣ ପଣ୍ଡା, ସମାଜ ସେବୀ ଦେବୀ ସିନ୍ଦୂର ପ୍ରମୁଖ ତାଙ୍କ ବାସଭବନ ଯାଇ ଶେଷ ଦର୍ଶନ କରିବା ସହ ଶେଷ ଯାତ୍ରାରେ ସାମିଲ ହୋଇଥିଲେ। ସ୍ଥାନୀୟ ଆଶା ସାଗର ନିକଟସ୍ଥ ଶ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। କଳାହାଣ୍ଡି ପେଶାଦାର ସାମ୍ୱାଦିକ ସଂଘ ର ସଭପତି ରଜନୀକାନ୍ତ ମିଶ୍ର, ବରିଷ୍ଠ ଉପଦେଷ୍ଟା ତଥା ସାମ୍ୱାଦିକ ସତ୍ୟନାରାୟଣ ମହାପାତ୍ର ଗଭୀର ଦୁଃଖ ପ୍ରକାଶପ କରିଥିବା ବେଳେ ଉତ୍କଳ ସାମ୍ୱାଦିକ ସଂଘ ର ରାଜ୍ୟପ ସଭାପତି ବିଭୂତି ଭୂଷଣ କର କଳାହାଣ୍ଡି ଜିଲ୍ଲା ପ୍ରତି ଏହା ଏକ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଛନ୍ତି ।ଜିଲ୍ଳାର ବରିଷ୍ଟ ସାମ୍ୱାଦିକ ଶାନ୍ତନୁ ବେହେରା, ଲଳିତ କାନୁନଗୋ, ପ୍ରଶାନ୍ତ ପଣ୍ଡା, ଅଂଶୁମାନ ପାତ୍ର, ଇଙ୍ଗିତ ପଣ୍ଡା, ଅଜିତ ସିଂ, ବିକାଶ ଷଡ଼ଙ୍ଗୀ, ଦୁଃଖୀ ଶ୍ୟାମ ପ୍ରଧାନ, ମହମ୍ମଦପ ଅଲ୍ଲୀ,ସନ୍ତୋଷ ପ୍ରଧାନ, କମ୍ବୁପାଣି ମିଶ୍ର, ସ୍ଵାଧୀନ ପାତ୍ର, ଉତ୍ତମ ଦାସ, ସୁଶାନ୍ତ ମହାପାତ୍ର, ଯଯାତୀ ଦେଓ ମନମୋହନ ପ୍ରଧାନ, ବିକାଶ ଖେମକା, ଫିରୋଜ ଖାଁ, ଚିତ ରଞ୍ଜନ ବିଶି, କୈଳାଶ ସାହୁ, ତାପସ ମହାନ୍ତି, ରାଜା ପାଢ଼ୀ,ରାଜ କୁମାର ସିଂହ ଦେଓ, ସନ୍ତୋଷ ସିଂ ଦେଓ ,ଦେବେନ୍ଦ୍ର ବିଶି, ସମେତ ବହୁ ସାମ୍ୱାଦିକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିଭଳି ଜିଲାର ଆଗ ଧାଡ଼ିର ରାଜନେତା ତଥା ସଦର ବିଧାୟକ ସାଗର ଚରଣ ଦାସ, ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି, ଧର୍ମଗଡ ବିଧାୟକ ସୁଧୀର ପାଟଯୋଶୀ,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, କୁମର ମଣି ଶବର, ପ୍ରଦୀପ ନାଏକ, ଅନାମ ନାଏକ, ସମାଜ ସେବୀ ରାଜେଶ୍ୱର ଠାକୁର, ଜଗଦୀଶ ମଣ୍ଡଳ, ଦିଲ୍ଲୀପ କୁମାର ଦାସ, ଭାରତ ଭୂଷଣ ଠାକୁର, ଲିଙ୍ଗରାଜ ଆଜାଦ୍, ସତ୍ୟ ମାହାର ଭଳି ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମା ର ସଦ୍ଗତି ସାଙ୍ଗକୁ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts