ଯୁବକକୁ ବଣୁଆ ଦନ୍ତା ହାତୀ ଟାଣିନେଇ ଦଳିଦେଲା

0 minutes, 0 seconds Read

କଳାହାଣ୍ଡି: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ପେଚାମୁଣ୍ଡି ଗ୍ରାମରେ ଘରେ ଶୋଇଥିବା ବେଳେ ପବିତ୍ର ନାଏକ ନାମକ ଜଣେ ବିବାହିତ ଯୁବକକୁ ବଣୁଆ ଦନ୍ତା ହାତୀ ଟାଣିନେଇ ଦଳି ମାରି ଘରପାଖ ପଡ଼ିଆରେ ପକେଇ ଦେଇଥବା ଜଣାଯାଇଛି। ଘଟଣାରୁ ଜଣାଯାଏ ରାତି ପ୍ରାୟ ୩ଟା ବେଳେ ଘର ସମ୍ମୁଖରେ ଥିବା ଏକ ପଣସ ଗଛରୁ ପଣସ ଖାଉଥିବା ବେଳେ ପବିତ୍ର ଉଠିପଡ଼ି ଲାଇଟ ପକେଇ ଦେବାରୁ ବଣୁଆ ହାତୀଟି ତାକୁ ଟାଣିନେଇ ମାରିଦେଇଥିଲା । ଗ୍ରାମବାସୀଙ୍କ ଠାରୁ ଖବର ପାଇଲା ପରେ ମଧ୍ୟ ବନବିଭାଗ ତଥା ପୁଲିସ ପ୍ରଶାସନ ପହଞ୍ଚି ନଥିବାରୁ ଚାପା ଉତ୍ତେଜନା ଲାଗିରହିଛି। ପବିତ୍ର ଜଣେ ଆଦିବାସୀ ଶ୍ରମିକ ହେଇଥିବାରୁ ତାର ପରିବାରକୁ ସରକାରୀ ସହାୟତା ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts