କଳାହାଣ୍ଡି: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ପେଚାମୁଣ୍ଡି ଗ୍ରାମରେ ଘରେ ଶୋଇଥିବା ବେଳେ ପବିତ୍ର ନାଏକ ନାମକ ଜଣେ ବିବାହିତ ଯୁବକକୁ ବଣୁଆ ଦନ୍ତା ହାତୀ ଟାଣିନେଇ ଦଳି ମାରି ଘରପାଖ ପଡ଼ିଆରେ ପକେଇ ଦେଇଥବା ଜଣାଯାଇଛି। ଘଟଣାରୁ ଜଣାଯାଏ ରାତି ପ୍ରାୟ ୩ଟା ବେଳେ ଘର ସମ୍ମୁଖରେ ଥିବା ଏକ ପଣସ ଗଛରୁ ପଣସ ଖାଉଥିବା ବେଳେ ପବିତ୍ର ଉଠିପଡ଼ି ଲାଇଟ ପକେଇ ଦେବାରୁ ବଣୁଆ ହାତୀଟି ତାକୁ ଟାଣିନେଇ ମାରିଦେଇଥିଲା । ଗ୍ରାମବାସୀଙ୍କ ଠାରୁ ଖବର ପାଇଲା ପରେ ମଧ୍ୟ ବନବିଭାଗ ତଥା ପୁଲିସ ପ୍ରଶାସନ ପହଞ୍ଚି ନଥିବାରୁ ଚାପା ଉତ୍ତେଜନା ଲାଗିରହିଛି। ପବିତ୍ର ଜଣେ ଆଦିବାସୀ ଶ୍ରମିକ ହେଇଥିବାରୁ ତାର ପରିବାରକୁ ସରକାରୀ ସହାୟତା ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

