ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଜିଲ୍ଲା ଯୁବ କଂଗ୍ରେସ ନିର୍ବାଚନ ରେ କଳାହାଣ୍ଡି ଜିଲ୍ଲା ଯୁବ ନେତା ମହମ୍ମଦ ଅବ୍ଦୁଲ ମୋହସିନ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି।ସେ ଛାତ୍ର ରାଜନୀତି ରୁ ନିଜର ପରିଚୟ ସୃଷ୍ଟି କରି ତିନି ଥର ନିର୍ବାଚିତ ହୋଇ ଦୁଇଥର ମନୋନୀତ ହୋଇ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ ନିଜର କାର୍ଯ୍ୟ ସୁଚାରୁପରେ କାର୍ଯ୍ୟକରିଥିଲେ ।
ପରେ ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଦାୟିତ୍ୱରେ ମଧ୍ୟ କାର୍ଯ୍ୟ କରିଥିଲେ । ଦୀର୍ଘ ଦସବର୍ଷ ରୁ ଉର୍ଦ୍ଧ ସେ ଛାତ୍ର ରାଜନୀତି ସହ ଜଡିତହୋଇ କାର୍ଯ୍ୟ କରିଥିଲେ । ନିଜର କାଯ୍ୟଦକ୍ଷତା ବଳରେରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଭାବରେମଧ୍ୟ ଚୟନ ହୋଇଥିବାବେଳେ ନିଜର ଜନ ସେବା ସଙ୍ଗଠନକୁ ସୃଦୁଡ଼ ଓ ମଜଭୁତ କରି ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହୋଇଥଲେ । ଏବଂ ଚାଲିତ ବର୍ଷ ରେ ଜିଲ୍ଲାଯୁବ କଂଗ୍ରେସ ଭୋଟ ହୋଇଥିଲା ଏଥିରେ ମହମ୍ମଦ ଅବ୍ଦୁଲ ମୋହସିନ ଜିଲ୍ଲା ସଭାପତି ପାଇଁ ପ୍ରତିଦ୍ବନ୍ଦୀ କରି ରାଜ୍ୟରେ ସମସ୍ତ ଜିଲ୍ଲା ନିର୍ବାଚିତ ସଭାପତିଙ୍କ ଭୋଟ ଠାରୁ ଅଧିକ ଭୋଟ ୯୭୩୩ଏବଂ ୮୭୦୬ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇ ଭୋଟ ଚାମ୍ପିୟନ ହୋଇଛନ୍ତି ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

