ଭୁବନେଶ୍ୱର ଠାରେ ଡାଲମିଆ ଗ୍ରୁପ ର ଇଲେକ୍ଟ୍ରି ଚଳିତ ଗାଡି ଉଦ୍ଧଘାଟନ କଲେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ନ୍ୟୁଜଗ୍ୟାଲେରି,ଭୁବନେଶ୍ୱର:ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଡାଲମିଆ କମ୍ପନୀ ଦ୍ବାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଏବଂ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଡାଲମିଆ କମ୍ପନୀର ଇଲେକ୍ଟ୍ରି ସ୍କୁଟ୍,ଇଲେକ୍ଟ୍ରି ଅଟୋ, ଇଲେକ୍ଟ୍ରି ବାଇକ ଏବଂ ଅନ୍ୟାନ୍ୟ ଗାଡିର ଶୁଭ ଉଦ୍ଧଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଡାଲମିଆ ଗ୍ରୁପର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।