ନ୍ୟୁଜଗ୍ୟାଲେରି, କଳାହାଣ୍ଡି:ଧର୍ମଗତ ସହର ନିକଟସ୍ଥ ଗୋଡ଼ଭଞ୍ଜା ଗୋଲେଇ ଛକ ପଛ ପଟରୁ ପୁରୁଣା ରାସ୍ତା କଡ ବୁଦା ମୂଳରୁ ଧର୍ମଗତ ପୁଲିସ ଜଣେ ବ୍ୟକ୍ତି ଙ୍କ ମୃତ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ଧର୍ମଗତ ଥାନା ଅନ୍ତର୍ଗତ ଛିଳପା ଗ୍ରାମ ର ମଧୁସୂଦନ ନାଏକ (୩୫) ବୋଲି ଜଣାପଡିଛି। ସୂଚନା ମତେ ମୃତ ବ୍ୟକ୍ତି ଜଣକ କବାଡି ବ୍ୟବସାୟୀ ହୋଇ ଥିବା ବେଳେ ଗତ କାଲି ସେମାବାର ସକାଳୁ କାମରେ ବାହାରି ଘରକୁ ଫେରି ନଥିଲେ। ସ୍ଥାନୀୟ ବିଜୁ ଏକ୍ସପ୍ରେସ ଞ୍ଵେ ଗୋଡ଼ଭଞ୍ଜା ଗୋଲେଇ ଛକ ପଛ ପଟ ବୁଦା ଭିତରେ ଜଣେ ବ୍ୟକ୍ତି ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୃତ ବ୍ୟକ୍ତି ନିକଟରେ ଏକ ସାଇକେଲ ରହିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ଶଵ ଚିହ୍ନଟ କରିଛନ୍ତି। ସୂଚନା ପାଇ ଧର୍ମଗତ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଏହାର ସତ୍ୟାସତ୍ୟ ସାମ୍ମାନ କୁ ଆସିବ ବେଲି ପୋଲିସ ସୂତ୍ରରୁ ପ୍ରକାଶ କରିଛନ୍ତି ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

