ନ୍ୟୁଜଗ୍ୟାଲେରି, କଳାହାଣ୍ଡି:ଧର୍ମଗତ ସହର ନିକଟସ୍ଥ ଗୋଡ଼ଭଞ୍ଜା ଗୋଲେଇ ଛକ ପଛ ପଟରୁ ପୁରୁଣା ରାସ୍ତା କଡ ବୁଦା ମୂଳରୁ ଧର୍ମଗତ ପୁଲିସ ଜଣେ ବ୍ୟକ୍ତି ଙ୍କ ମୃତ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ଧର୍ମଗତ ଥାନା ଅନ୍ତର୍ଗତ ଛିଳପା ଗ୍ରାମ ର ମଧୁସୂଦନ ନାଏକ (୩୫) ବୋଲି ଜଣାପଡିଛି। ସୂଚନା ମତେ ମୃତ ବ୍ୟକ୍ତି ଜଣକ କବାଡି ବ୍ୟବସାୟୀ ହୋଇ ଥିବା ବେଳେ ଗତ କାଲି ସେମାବାର ସକାଳୁ କାମରେ ବାହାରି ଘରକୁ ଫେରି ନଥିଲେ। ସ୍ଥାନୀୟ ବିଜୁ ଏକ୍ସପ୍ରେସ ଞ୍ଵେ ଗୋଡ଼ଭଞ୍ଜା ଗୋଲେଇ ଛକ ପଛ ପଟ ବୁଦା ଭିତରେ ଜଣେ ବ୍ୟକ୍ତି ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୃତ ବ୍ୟକ୍ତି ନିକଟରେ ଏକ ସାଇକେଲ ରହିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ଶଵ ଚିହ୍ନଟ କରିଛନ୍ତି। ସୂଚନା ପାଇ ଧର୍ମଗତ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଏହାର ସତ୍ୟାସତ୍ୟ ସାମ୍ମାନ କୁ ଆସିବ ବେଲି ପୋଲିସ ସୂତ୍ରରୁ ପ୍ରକାଶ କରିଛନ୍ତି ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

