ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟର ଏନ୍ ଏସ୍ ଏସ୍ ପୁରୁଷ ବିଭାଗ-1 ତରଫରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅଧିକାରୀ ଜୟନ୍ତ କୁମାର ଦନସନାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ମୁଖ୍ୟ ଅତିଥିରୂପେ ଏହି ରକ୍ତଦାନ ଶିବିରର ଉଦ୍ଘାଟନ କରିବା ସହିତ ନିଜେ ରକ୍ତଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ରୂପେ ବିଶ୍ୱବିଦ୍ୟାଳୟର କୁଳସଚିବ ପିତାମ୍ବର ଭୋଇ ଏବଂ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ପ୍ରମୁଖ ଏହି ରକ୍ତଦାନ ଶିବିରର ଉଦ୍ଘାଟନୀରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନର ମହତ୍ତ୍ୱ ବିଷୟରେ ସୂଚନା ଦେଇଥିଲେ। ଭବାନୀପାଟଣା ଚିକିତ୍ସାଳୟ ରକ୍ତ ଭଣ୍ଡାର ର ଡ଼ ବିବେନ୍ଦୁ ବଳ, ଗିରିଶ ନାୟକ, ଅଜିତ କୁମାର ନାୟକ, ସଂଯୋଜକ ମହାଖୁଡ ଓ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ପରିଚାଳକ ଭାବେ ରକ୍ତଦାନ ସଂଗ୍ରହକାର୍ଯ୍ୟକ୍ରମ ସଂପାଦନ କରିଥିଲେ । ଏହି ରକ୍ତଦାନ ଶିବିରରେ ଅନେକ ଛାତ୍ରଛାତ୍ରୀ ଉତ୍ସାହର ସହ ରକ୍ତଦାନ କରିଥିବା ବେଳେ ସର୍ବ ମୋଟ ୬୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଅଧିକରୁ ଅଧିକ ଛାତ୍ରୀ ମାନେ ରକ୍ତଦାନ କରିଛନ୍ତି । ଏହି ଅବସରରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ୍ ଏସ୍ ଏସ୍ ବ୍ୟୁରୋ ର ସଂଯୋଜକ ଡ଼ ଚିତ୍ତରଞ୍ଜନ ଖୁଣ୍ଟିଆ ଏହାର ସଫଳତା ପାଇଁ ସମସ୍ତ ରକ୍ତଦାତା, ଅଧ୍ୟାପକ ଓ ସ୍ଵେଚ୍ଛାସେବୀ ମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇ ଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

