ରାଜ୍ୟ ଜିଲ୍ଲା ଖବର ଅସହାୟ କସ୍ତୁରୀ ବିଡ଼ିକା ର ଚିକିତ୍ସାରେ ବାଧକ ସାଜିଛି ଅର୍ଥ By Hemant Kumar Ray November 23, 2024November 23, 2024 0 minutes, 0 seconds Read 252 ନ୍ୟୁଜଗ୍ୟାଲେରି,ରାୟଗଡ଼ା:(ସୁଶାନ୍ତ କୁମାର ମିଶ୍ର)ରାୟଗଡା ସଦମହକୁମାର ସିରିକଣା ଠାରେ ବସବାସ କରୁଥିବା ଆଦିବାସୀ ପରିବାରର ଝିଅ କସ୍ତୁରୀ ବିଡ଼ିକା ବୟସ ୧୧ ପିତା ଧରମା ରାଓ ବିଡ଼ିକା, ମାତା ମିତା ବିଡ଼ିକା ଦିନ ମଜୁରିଆ ଙ୍କ ଜୀବନରେ ଏକ ମାତ୍ର ଶିଶୁ କନ୍ୟା କସ୍ତୁରୀ ର ଜନ୍ମ ଯେଭଳି ଅଭିଶାପ ପାଲଟି ଯାଇଛି। ଉଭୟ ଦମ୍ପତି ଙ୍କ ଏକ ମାତ୍ର ଶିଶୁ କନ୍ୟା ଭାବେ କସ୍ତୁରୀ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ଠାରେ ୨୦୧୪ ମସିହାରେ ଜନ୍ମ ଗ୍ରହଣ କରିଥିଲା କିନ୍ତୁ ଜନ୍ମ ହେବା ପରବର୍ତ୍ତୀ ମୁହୂର୍ତ୍ତରେ କସ୍ତୁରୀ ର ମଳଦ୍ୱାର ନଥିବା ପରିବାର ଲୋକେ ଜାଣିବାକୁ ପାଇଲେ, ପ୍ରସବ ପରେ ନବଜାତ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ ଭଲ ଥିବା ବେଳେ ଚନ୍ଦ୍ର ରେ ଦାଗ ଲାଗିଲା ଭଳି ତା ଜୀବନରେ ମଧ୍ୟ ଲାଗିଥିଲା ଦୁଃଖ ଯନ୍ତ୍ରଣାର ଦାଗ ଯେଉଁ ଦାଗ କୁ ଲିଭାଇବାକୁ ଚେଷ୍ଟା କରି ଆଜି ପରିବାର ଲୋକେ ଅନେକ ଅସୁବିଧା ର ସମ୍ମୁଖୀନ। ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟର ଡାକ୍ତରଙ୍କ ପରାମର୍ଶ କ୍ରମେ କସ୍ତୁରୀ ର ଅସ୍ତ୍ରପ୍ରଚାର ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନଥିଲା ଏବଂ ପରବର୍ତ୍ତୀ ସମୟରେ ସେଠାକାର ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କଟକ ଶିଶୁ ଭବନ କୁ ନିଆଯାଇଥିଲା। ସେଠାରେ କସ୍ତୁରୀ ର ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା ପରେ ପେଟ କୁ କଟାଯାଇ ମଳ ଦ୍ଵାର ର ରାସ୍ତା ବାହାର କରାଯାଇଥିଲା ଏବଂ ଡାକ୍ତର ଙ୍କ କହିବା ଅନୁଯାୟୀ ଆଉ ଏକ ଅସ୍ତ୍ରପ୍ରଚାର ର ଆବଶ୍ୟକ ରହିଛି ଯାହା ଶୀଘ୍ର କରିବା କଥା କିନ୍ତୁ ଦିନ ମଜୁରିଆ ମା ବାପା ଅସ୍ତ୍ରପ୍ରଚାର ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆଣିବେ କୁଆଡୁ ? ବର୍ତ୍ତମାନ କସ୍ତୁରୀ ସିରିକଣା ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କିନ୍ତୁ ଦୁଃଖ ର କଥା ବିଦ୍ୟାଳୟ ରେ ଅନ୍ୟ ଛାତ୍ର ଛାତ୍ରୀ ଭଳି ସମୟ ବିତାଇବା ଏବଂ ଶୌଚ ଯିବାରେ ଅନେକ କଷ୍ଟ କୁ ଆଦରିବା ସହିତ ଛାତ୍ର ଛାତ୍ରୀ ଙ୍କ କସ୍ତୁରୀ ପ୍ରତି ଥିବା ଏକ ପ୍ରକାର ଘୃଣା ଭାବକୁ ମଧ୍ୟ ଆଦରି ନେଉଥିବା ତା ମନକୁ ଅନେକ କଷ୍ଟ ଦେଉଛି। ଦୀର୍ଘ ୧୦ ବର୍ଷ ର ଯନ୍ତ୍ରଣାକୁ କସ୍ତୁରୀ ଏବଂ ସପରିବାର ଅନୁଭବ କରି ଶେଷରେ ଅସହାୟ , କୋରଣା ମହାମାରୀ ରେ ଯେ କେତେ ଦୁଃଖ କଷ୍ଟ ରେ ଜୀବନ ବିତିଛି କସ୍ତୁରୀ ର ପରିବାର ଠୁ ଅଧିକା କେହି ଜାଣନ୍ତି ନାହିଁ। ପରିବାର ଲୋକଙ୍କ କହିବା ଅନୁଯାୟୀ କସ୍ତୁରୀ ର ଅସ୍ତ୍ରପ୍ରଚାର ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଆବଶ୍ୟକ ରହିଛି ଯାହା ସରକାର ସେମାନଙ୍କୁ ସାହାଯ୍ୟ କରିଥିଲେ ଏକ ମୂଲ୍ୟବାନ ଜୀବନ ବଞ୍ଚି ଯାଇ ପାରିଥାନ୍ତା କାରଣ ମୂଲ ଲାଗିବା ବାପା ଏଭଳି ଦୁଃଖରେ ନିଜର ଆର୍ଥିକ ସ୍ଥିତିର ଅବସ୍ଥା ଦେଖି ନିଜର ମାନସିକ ଅବସ୍ଥା ହରେଇବାରେ ଲାଗିଲେଣି, ଏକୁଟିଆ ମା ଆଉ ଘରେଥିବା ବୃଦ୍ଧ ବୟସର ଶାଶୁ ଶଶୁର କୁ ନେଇ ଦୈନନ୍ଦିନ ଜୀବନ କାଟିବା ସତରେ କଷ୍ଟକର ହେଇ ପଡ଼ିଛି । ସାହି ବାସିନ୍ଦା ଙ୍କ କହିବା ଅନୁଯାୟୀ କସ୍ତୁରୀ ର ପରିବାର ଠାରୁ ଏଭଳି ଦୁଃଖ ସମାପ୍ତ ହେଇ ପାରିଲେ ହିଁ ସେମାନେ ଆଗାମୀ ଦିନରେ ସୁରୁଖୁରୁ ରେ ବଞ୍ଚି ପାରିବେ କାରଣ ସେମାନଙ୍କ ପାଖରେ ଅର୍ଥ ର ଘୋର ଅଭାବ ସାଙ୍ଗକୁ ସରକାରଙ୍କ ସାହାଯ୍ୟର ମଧ୍ୟ ଘୋର ଅଭାବ ରହିଛି ଯାହା ବର୍ତ୍ତମାନ ର ସରକାର ଙ୍କୁ ସେମାନେ ଆଶା କରି ବସିଛନ୍ତି। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ରାଜ୍ୟ ଜିଲ୍ଲା ଖବର ରାୟଗଡ଼ ଜିଲ୍ଲା ଠାରେ ଆଇ.ଜେ. ୟୁ. ସହବନ୍ଧିତ ଓ. ୟୁ. ଡାବ୍ଲୁ .ଜେ.ର ଜିଲ୍ଲା ନୁତନ କର୍ମକର୍ତ୍ତା ଚୟନ By Hemant Kumar Ray June 23, 2025June 23, 2025
ରାଜ୍ୟ ଜିଲ୍ଲା ଖବର ରାୟଗଡା ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା ଦିଶା କମିଟି ବୈଠକ By Hemant Kumar Ray September 22, 2024September 22, 2024