ନ୍ୟୁଜଗ୍ୟାଲେରି,ରାୟଗଡା:(ସୁଶାନ୍ତ ମିଶ୍ର) ରାୟଗଡା ଜିଲ୍ଲା ମୁନିଗୁଡା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଏବଂ ରେଳ ଜାତାୟତର ସୁବିଧା ତଥା ନିକଟ ଓଡିଶା ବିଖ୍ୟାତ ହସପିଟାଲ ବିଷମ କଟକ ରେ ଥିବା ଯୋଂଗୁଁ ବ୍ୟବସାୟିକ ସ୍ୱାସ୍ଥ୍ୟଗତ ଓ ଗମନାଗମନ ହେତୁ ରାୟଗଡା, ଫୁଲବାଣୀ ଓ କଳାହାଣ୍ଡି ୩ଟି ଜିଲ୍ଲାରୁ ପ୍ରତ୍ୟୋକ ଦିନ ହଜାର ହଜାର ଲୋକ ଏଠାକୁ ଯିବାଆସିବା କରନ୍ତି।ଏହି ଅଞ୍ଚଳ ବିଶେଷ ଭାବରେ ବିକଶିତ ତଥା ବିକାଶ ଦିଗରେ ଆଗେଇ ଥିଲେ ସୁଧା ସବୁଠାରୁ ବିପଦପୁର୍ଣ ଓ ଦୁଃଖ ହେଉଛି ମୁନିଗୁଡାର ରେଳ ଫାଟକ।
ବିଷମ କଟକ ହସପିଟାଲ ରାୟଗଡା ଜିଲ୍ଲା ମହକୁମା ଫୁଲବାଣୀ ଓ କଳାହାଣ୍ଡି ଯିବାକୁ ହେଲେ ମୁନିଗୁଡାର ତିନିକୋଣିଆ ଛକ ଠାରେ ଥିବା ରେଳ ଫାଟକ ଅବା ଲେବଲ କରସିଂ ପାର ହେବାକୁ ପଡେ କିନ୍ତୁ ଟ୍ରେନ ଯିବା ଆସିବା ସମୟରେ ଗେଟ ପଡିଗଲେ ସେତେବେଳେ ଶହ ଶହ ଗାଡି ମୋଟର,ବାଇକ, ସରକାରୀ କର୍ମଚାରୀ, ସ୍କୁଲ ପିଲା, ରୋଗୀ ଏବଂ ବିଭିନ୍ନ ପ୍ରକାର ଭାରିଯାନ ଓ ଆମ୍ବୁଲେନ୍ସ ଘଣ୍ଟା ଘଣ୍ଟା ଅଟକି ଯିବା ହେତୁ, ଖରା, ବର୍ଷା ଓ ଶୀତରେ ଲୋକେ ନାହିଁ ନ ଥିବା କଷ୍ଟ ଓ ଅସୁବିଧା ଭୋଗିବା ସହ ଏହି ବିପଦ ପୁର୍ଣ ସ୍ଥାନରେ କେତେ ଜଣଙ୍କ ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳୁଛି। ଏହାର ସମାଧାନ ଓ ଲୋକଙ୍କ ପାରିପାର୍ଶ୍ଵିକ ସୁବିଧା ପାଇଁ ଶୀଘ୍ର ଏକ ଭୁତଳ ରାସ୍ତାର ନିର୍ମାଣ ସକାଶେ ଆଜି ମୁନିଗୁଡା ଠାରେ ପ୍ରଗତି ମଞ୍ଚର ଆହ୍ୱାନ କ୍ରମେ, ଅଞ୍ଚଳ ର ଜନସାଧାରଣ ,ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ, ଅବସରପ୍ରାପ୍ତ କର୍ମଚାରୀ ସିନିୟର ସିଟିଜେନ ସମସ୍ତେ ଶାଣିତ ସ୍ୱରରେ ଦାବି ଉଠାଇଛନ୍ତି। ଦାବି ପୁର୍ଣ ନହେଲା ପର୍ଯ୍ୟନ୍ତ, ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିବା ପାଇଁ ସ୍ଥିର କରିଛନ୍ତି।
ସେମାନଙ୍କ ଠାରୁ ଆହୁରି ଶୁଣିବାକୁ ମିଳୁଛି ଯେ, ବର୍ତ୍ତମାନ ଆମର ଶାଣିତ ସ୍ୱର ଉଠିଛି, ଦାବି ପୂର୍ଣ୍ଣ ନହେଲେ ରାଜବିଦ୍ରୋହ ହେବ ପ୍ରକାଶ ଥାଉକି ଏହା ପୂର୍ବରୁ, ମୁନିଗୁଡା ବଣିକ ସଙ୍ଘ ମୁନିଗୁଡା ବିକାଶ ମଞ୍ଚ ଓ ଜନସାଧାରଣଙ୍କ ତରଫରୁ ବହୁବାର ଦାବି ହୋଇଛି ଏବଂ ରେଳବାଇ ତରଫରୁ ଶୁଣିବାକୁ ମିଳୁଛି ଯେ ଟେଣ୍ଡର କାମ ସରିଛି, ଶୀଘ୍ର ଓଭର ବ୍ରିଜ କାମ ଆରମ୍ଭ ହେବ କେତେ ସତ, କେତେ ମିଛ, କିନ୍ତୁ ଦେଖିବାକୁ ବାକି ରହିଲା।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

