କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ଓ ଆଇନଜୀବି ଦିବସ ପାଳିତ

0 minutes, 0 seconds Read

ଓଡ଼ିଆଙ୍କ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ହେଉଛନ୍ତି କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ। ଉତ୍କଳ ସମ୍ମିଳନୀ ଓଡ଼ିଆ ଭାଷାଭାଷୀ ଅଞ୍ଚଳ କୁ ଏକତ୍ରିକରଣ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଥିଲେ ମଧୁବାବୁ। ପ୍ରଥମ ଓଡ଼ିଆ ଭାବରେ ପ୍ରଥମ ସ୍ନାତକ, ପ୍ରଥମ ସ୍ନାତକୋତ୍ତର ଓ ପ୍ରଥମ ଆଇନ ସ୍ନାତକ ହେବାସହ ମଧୁବାବୁ ଇଂଲଣ୍ଡ ଗସ୍ତ କରିବାର ପ୍ରଥମ ଓଡ଼ିଆ ଓ ବ୍ରିଟିଶ ଶାସନ ଅମଳରେ ପ୍ରଥମ ଓଡ଼ିଆ ମନ୍ତ୍ରୀ ଥିଲେ। ମଧୁବାବୁ ଉତ୍କଳର ଅର୍ଦ୍ଧ ଶତାବ୍ଦୀର ଇତିହାସ ଓ ଓଡିଶା ଏକତ୍ରିକରଣ ସହ ଆଧୁନିକ ଓଡ଼ିଶାର ମୁଖ୍ୟ ବିନ୍ଧାଣି ଥିଲେ। ତାଙ୍କର ଜନ୍ମ ଜୟନ୍ତୀ କୁ ଓଡ଼ିଶାରେ ଆଇନଜୀବୀ ଦିବସ ଭାବରେ ପାଳନ କରାଯାଏ। ଆଇନଜୀବୀ ମାନେ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥିମାନେ କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ଭବାନୀପାଟଣା ସ୍ଥିତ ଜିଲ୍ଲା ତଥା ଦୌରା ଜଜ କୋର୍ଟ ପରିସରରେ ଆୟୋଜିତ ମଧୁବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ସମାରୋହରେ ଆହ୍ୱାନ ଦେଇଥିଲେ।

ପ୍ରଥମେ ପୁରୁଣା ସିଭିଲ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ଓକିଲ ସଂଘ ସଭାପତି, ସମ୍ପାଦକ ଓ ଆଇନଜୀବୀ ମାନେ ମାଲ୍ୟାର୍ପଣ କରିଥିଲେ। ପରେ ଜିଲ୍ଲା କୋର୍ଟ ନୂତନ କୋଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ସମସ୍ତ ଅତିଥି, ଓକିଲ ସଂଘ କର୍ମକର୍ତ୍ତା ଓ ଆଇନଜୀବୀ ମାନେ ମର୍ଲ୍ୟାର୍ପଣ କରିବା ପରେ କୋର୍ଟ ପରିଷରରେ କଳାହାଣ୍ଡି ଓକିଲ ସଂଘ ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ପୌରହିତ୍ୟରେ ସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ତଥା ଦୌରା ଜଜ ଦୀପ୍ତିରଞ୍ଜନ କାନୁନଗୋ ଯୋଗଦେଇଥିଲେ, ମୁଖ୍ୟ ବକ୍ତା ଭାବରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଶ୍ରୀକାନ୍ତ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଏବଂ ସ୍ୱତନ୍ତ୍ର ବିଚାରପତି ଯଦୁମଣି ମିଶ୍ର ଯୋଗଦେଇଥିଲେ। ମଧୁବାବୁଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ। କଳାହାଣ୍ଡି ଓକିଲ ସଂଘ ଉପସଭାପତି ସୁଧୀର ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସମ୍ପାଦକ କମଳ ଲୋଚନ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ୪ ଜଣ ବରିଷ୍ଠ ଆଇନଜୀବୀ ଆଶ୍ୱିନୀ କୁମାର ସାହୁ, ପ୍ରଦୀପ କୁମାର ପଟ୍ଟନାୟକ, ଦୁର୍ଗା ମାଧବ ପାଢ଼ୀ ଓ ଦୈତାରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ୨୦୨୨-୨୩ ବର୍ଷ ପାଇଁ ଉଚ୍ଚ ନ୍ୟାୟାଳୟ ଦ୍ୱାରା ପୁରସ୍କୃତ ହୋଇଥିବା ଯୁବ ଆଇନଜୀବୀ ନିହାର ରଞ୍ଜନ ମିଶ୍ର ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ନିମାଞ୍ଚଳ ନାଏକ, ଜଗନ୍ନାଥ ମୁଣ୍ଡ, ଅନୁପ ଜେନା ଓ ଗଜେନ୍ଦ୍ର ପ୍ରସାଦ ପାଢ଼ୀ ବ୍ୟକ୍ତବ୍ୟ ଉପସ୍ଥାପନ କରିଥିଲେ। ଆଇନଜୀବୀ ସନ୍ତୋଷ ମିଶ୍ର ମଧୁବାବୁଙ୍କ ଉପରେ ଏକ କବିତା ପାଠ କରିଥିଲେ।

ଆଇନଜୀବୀ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ଓ ସହ ସମ୍ପାଦକ ରୋହିଣୀ କାନ୍ତ ଚଲାଣ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଜେକେ ଡାନ୍ସ ଗ୍ରୁପର କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷିତ ହୋଇଥିଲା। ଆଇନଜୀବୀ ଜ୍ୟୋତ୍ସ ମଞ୍ଜରୀ ମିଶ୍ର, ନିବେଦିତା ମିଶ୍ର, ଯଶୋବନ୍ତି ଦେଇ, ଦୀପ୍ତିରାଣୀ ପଟ୍ଟନାୟକ, ମହେଶ ମହାପାତ୍ର, ଅନୀଲ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କଳାହାଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ସୁବ୍ରତ ବହିଦାର, ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମହାନ୍ତି, ଭାବନୀ ମିଶ୍ର,ଗଣପତି ନାଏକ, ପ୍ରବୀଣ ବିହାରୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts

Leave a Reply

Your email address will not be published. Required fields are marked *