କଲହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନିମୟ ପକ୍ଷରୁ କଳାହାଣ୍ଡି ଓ ରାୟଗଡା ଜିଲ୍ଲା ର ୭୪ଜଣ ଯୁବକ ଯୁବତୀ ଙ୍କୁ ଉତ୍ଥାନ କାର୍ଯ୍ୟକ୍ରମ ରେ ନିଯୁକ୍ତି ଦିଆଯାଇଛି।ଏଥିନିନାମନ୍ତେ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ବେଦାନ୍ତ ପକ୍ଷରୁ ଆୟୋଜିତ ଏକ ସ୍ୱନ୍ତନ୍ତ୍ର କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ପାଳ ପି.ଅନ୍ଵେଷା ରେଡି ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଭୟ ଜିଲ୍ଲା ର ୭୩ ଜଣ ଯୁବତ ଯୁବତୀ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ବେଦାନ୍ତ ଲିମିଟେଡ଼ ର ଡେପୁଟି ସିଇଓ ଜି ଜି ପାଲ,ସିଏସଆରଓ ଦିଲୀପ ସେନା, ଅସୋସିଟ ଭାଇସ ପ୍ରେସିଡେଣ୍ଟ ବିଭୁଦେନ୍ଦୁ ପଣ୍ଡା, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର କୁଳପତି ପ୍ରଫେସର ସଂଜୟକୁମାର ସତପଥି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।ବେଦାନ୍ତ ସିଇଓ ନିଯୁକ୍ତି ପାଇଥିବା ୭୩ ଜଣଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ରୁ ୪୩ ଜଣ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ମିଳିଛି । ଏହି ଅବସରରେ ବେଦାନ୍ତର ଡେପୁଟି ସିଇଓ ଶ୍ରୀ ପାଲ କହିଛନ୍ତି ବେଦାନ୍ତ ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ୨୭୦ରୁଅଧିକ ସ୍ବତକ ଛାତ୍ର ଛାତ୍ରୀଙ୍କୁ ବେଦାନ୍ତ ରେ ନିଯୁକ୍ତି ଦେଇଛି ଏହା ବ୍ୟତିତ ବେଦାନ୍ତ ତାର ସହଯୋଗୀ କମ୍ପାନୀଙ୍କ ଜରିଆରେ ଲାଞ୍ଜିଗଡ଼ ପ୍ରୋଜେକ୍ଟ ରେ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ପ୍ରାୟ ୪୦୦୦ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଦେଇ କର୍ମ ସନ୍ସ୍ଥାନ କରିଛିବୋଲି ବେଦାନ୍ତର ଏସୋସିଏଟ ଭାଇସ ପ୍ରେସିଡେଣ୍ଟ ବିଭୂଦେନ୍ଦୁ ପଣ୍ଡା ଏଇ ଅବସରରେ ସୂଚନା ଦେଇଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

