ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଗୌଡ଼ କାର୍ଲଆଖୁଣ୍ଟା ଠାରେ ଉତ୍ତେଇ ରାହୁଲ ଜଳସଚେନ ପ୍ରକଳ୍ପ ପାଇଁ ପ୍ରସ୍ତାବ ରହିଛି। ଜୁରାଖମନଠାରେ ରାହୁଲ ନଦୀ ଉପରେ ବ୍ୟାରେଜ ପ୍ରତିଷ୍ଠା କରି ୪୫୦ ବର୍ଗ କିମି କ୍ୟାଚମେଣ୍ଟ ଏରିଆ ଓ ଉତ୍ତେଇ ନଦୀ ଉପରେ ୪୧୫ ବର୍ଗ କିମି ଡ୍ୟାମ ନିର୍ମାଣ ପ୍ରସ୍ତାବ ଅଛି। ଏଠାରେ ବିଜୁଳି ଉତ୍ପାଦନ ସହିତ ଜଳସଚେନ ହେବା ଦ୍ୱାରା ବହୁ ଅଣଜଳସେଚିତ ଜମି ଗୁଡିକ ଜଳସଚେନ ସୁବିଧା ହେବ।
କଳାହାଣ୍ଡି ଜିଲ୍ଲାର ୬୦ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ। ନାଗଝୁରିଠାରେ ପ୍ରସ୍ତାବିତ ଉତ୍ତେଇ ନଦୀ ଉପରେ ଡ୍ୟାମ ହେବା ସହିତ ବିଜୁଳି ଉତ୍ପାଦନ ପାଇଁ ପ୍ରସ୍ତାବ ରହିଛି। ଉତ୍ତେଇ ଓ ରାହୁଲ ନଦୀର ଦୁଇ ପାର୍ଶ୍ଵରେ ଘଞ୍ଚ ଜଙ୍ଗଲ ଥିବା ଯୋଗୁଁ ଏହାର ପରିବେଶ ଅନୁମତି ମିଳିବାରେ ବିଳମ୍ବ ହେଉଛି। ଉତ୍ତେଇ ରିଜର୍ଭର ଦ୍ୱାରା ୬୫୦ ହେକ୍ଟର ଜମି ଓ ବୁଢା ରିଜର୍ଭର ଦ୍ୱାରା ୩୫୦ ହେକ୍ଟର ଜମି ଜଳ ମଗ୍ନ ହେବ। ଉତ୍ତେଇ ଡ୍ୟାମ ଦ୍ୱାରା ମଦନପୁର ରାମପୁର ଓ କେସିଙ୍ଗା ବ୍ଲକର ଚାଷୀମାନେ ଜଳ ସୁବିଧା ପାଇପାରିବେ।ରାହୁଲ ଉତ୍ତେଇ ବହୁମୁଖୀ ଜଳସେଚିତ ପ୍ରକଳ୍ପକୁ ଜାତୀୟ ନଦୀ ସଂଯୋଗୀ ଯୋଜନାରେ ସାମିଲ କରିବାକୁ କଳାହାଣ୍ଡି ସାଂସଦ ମାଳବିକା ଦେବି କହିଛନ୍ତି।
Latest entries
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି
ଜିଲ୍ଲା ଖବରNovember 4, 2025୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରNovember 3, 2025ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

