ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଗୌଡ଼ କାର୍ଲଆଖୁଣ୍ଟା ଠାରେ ଉତ୍ତେଇ ରାହୁଲ ଜଳସଚେନ ପ୍ରକଳ୍ପ ପାଇଁ ପ୍ରସ୍ତାବ ରହିଛି। ଜୁରାଖମନଠାରେ ରାହୁଲ ନଦୀ ଉପରେ ବ୍ୟାରେଜ ପ୍ରତିଷ୍ଠା କରି ୪୫୦ ବର୍ଗ କିମି କ୍ୟାଚମେଣ୍ଟ ଏରିଆ ଓ ଉତ୍ତେଇ ନଦୀ ଉପରେ ୪୧୫ ବର୍ଗ କିମି ଡ୍ୟାମ ନିର୍ମାଣ ପ୍ରସ୍ତାବ ଅଛି। ଏଠାରେ ବିଜୁଳି ଉତ୍ପାଦନ ସହିତ ଜଳସଚେନ ହେବା ଦ୍ୱାରା ବହୁ ଅଣଜଳସେଚିତ ଜମି ଗୁଡିକ ଜଳସଚେନ ସୁବିଧା ହେବ।
କଳାହାଣ୍ଡି ଜିଲ୍ଲାର ୬୦ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ। ନାଗଝୁରିଠାରେ ପ୍ରସ୍ତାବିତ ଉତ୍ତେଇ ନଦୀ ଉପରେ ଡ୍ୟାମ ହେବା ସହିତ ବିଜୁଳି ଉତ୍ପାଦନ ପାଇଁ ପ୍ରସ୍ତାବ ରହିଛି। ଉତ୍ତେଇ ଓ ରାହୁଲ ନଦୀର ଦୁଇ ପାର୍ଶ୍ଵରେ ଘଞ୍ଚ ଜଙ୍ଗଲ ଥିବା ଯୋଗୁଁ ଏହାର ପରିବେଶ ଅନୁମତି ମିଳିବାରେ ବିଳମ୍ବ ହେଉଛି। ଉତ୍ତେଇ ରିଜର୍ଭର ଦ୍ୱାରା ୬୫୦ ହେକ୍ଟର ଜମି ଓ ବୁଢା ରିଜର୍ଭର ଦ୍ୱାରା ୩୫୦ ହେକ୍ଟର ଜମି ଜଳ ମଗ୍ନ ହେବ। ଉତ୍ତେଇ ଡ୍ୟାମ ଦ୍ୱାରା ମଦନପୁର ରାମପୁର ଓ କେସିଙ୍ଗା ବ୍ଲକର ଚାଷୀମାନେ ଜଳ ସୁବିଧା ପାଇପାରିବେ।ରାହୁଲ ଉତ୍ତେଇ ବହୁମୁଖୀ ଜଳସେଚିତ ପ୍ରକଳ୍ପକୁ ଜାତୀୟ ନଦୀ ସଂଯୋଗୀ ଯୋଜନାରେ ସାମିଲ କରିବାକୁ କଳାହାଣ୍ଡି ସାଂସଦ ମାଳବିକା ଦେବି କହିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

