ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ର ସହଯୋଗରେ ପବନ ଅଗ୍ରୱାଲ ମେମୋରିଆଲ ପଞ୍ଚମ କଳାହାଣ୍ଡି ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦ୍ଧଘାଟନ ହୋଇଯାଇଅଛି ।
କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିବା ଉଦ୍ଧଘାଟନୀ ଉତ୍ସବରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଉପସ୍ଥିତି ଥିବାବେଳେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଅନ୍ୟତମ ଅତିଥି ଭାବରେ ଉପସ୍ଥିତ ରହିଥିଲେ । ସଂଘର ସମ୍ପାଦକ ସନ୍ଦୀପ ମିଶ୍ର, ରାଜ୍ୟ ବ୍ୟାଡମିଣ୍ଟନ ସିଓସି ଉପ ଅଧ୍ୟକ୍ଷ ମନୋରଞ୍ଜନ ଦାସ, ବରିଷ୍ଠ ଉପସଭାପତି ଅରୁଣ ରଥ, ଅନ୍ୟତମ ଉପସଭାପତି ସମୀର ସାହୁ, ପ୍ରଣତି ଅଗ୍ରୱାଲ ଉପସ୍ଥିତ ରହିଥିଲେ ।
ଶିବାଶିଷ ବିଶି ମଞ୍ଚ ପରିଚାଳନା କରିଥିଲେ ।ସର୍ବପ୍ରଥମେ ସମସ୍ତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ଏବଂ ସ୍ବର୍ଗତ ପୱନ ଅଗ୍ରୱାଲଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟା ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତନ୍ନୟ କୁମାର ଦରୱାନଙ୍କୁ ସଂଘର ସଭାପତି ପ୍ରଦୀପ ଦାସ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ,ତଥା ସମସ୍ତ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ସଂଘର ସଭାପତି ସ୍ୱାଗତ ଅଭିଭାଷଣରେ କଳାହାଣ୍ଡିରେ ଗୋଟିଏ ଆନ୍ତର୍ଜାତିକ ଇନଡୋର ଓ ବ୍ୟାଡମିଣ୍ଟନର ଉନ୍ନତି ପାଇଁ ଏକ କୋଚିଂ ଏକାଡେମୀର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟ ଅତିଥି ଅଭିଭାଷଣରେ ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ସମସ୍ତ ସୁବିଧା ଓ ସୁଯୋଗ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଦୁଇ ଦିନ ଧରି ଏହି ପ୍ରତିଯୋଗିତା ରେ କଳାହାଣ୍ଡିର ବିଭିନ୍ନ ବ୍ଲକ ରୁ ସମୁଦାୟ ୧୬୧ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ସଂଘ ର ବରିଷ୍ଠ ସଦସ୍ୟ ମହେଶ କୁକ୍ରେଜା ଙ୍କୁ ପ୍ରତିଯୋଗିତାର ସାଙ୍ଗଠନିକ ସମ୍ପାଦକ ଓ ପ୍ରତିଯୋଗିତା ପରିଚାଳନା ପାଇଁ ଅଭିଜ୍ଞ ରାଜ୍ୟ ସ୍ୱୀକୃତି ଅମ୍ପାୟାର ସମୀର ସାହୁ ଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଦୀପକ ସାଗର ଙ୍କୁ ପ୍ରତିଯୋଗିତା ପରିଚାଳକ ଦାୟିତ୍ୱଦିଆଯାଇଥିଲା।ରାକେଶ ବେମାଲ,ଜିତେନ୍ଦ୍ର ମିଶ୍ର,ଅନିଶ ହାସଦା, ସୁମନ ପାଣିଗ୍ରାହୀ, ଜୟପ୍ରକାଶ ଜେନା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ଙ୍କୁ ନିୟୋଜିତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସଂଘ ର ସରୋଜ ମହାରଣା,ପରେଶ ପ୍ରଧାନ, ସାଇକୁମାର ସିଂ ସାମନ୍ତ, ରବି ସାହୁ,ଶକ୍ତି ଯୋଶୀ,ସନ୍ଦୀପ ଦାସ,ଅଶୋକ ପତି, ହେମନ୍ତ ମିଶ୍ର,ମାଣିକେଶ୍ୱରୀ ମହାପାତ୍ର,ବସନ୍ତ ଦୋରା,ସୁନୀଲଅଗ୍ରୱାଲ,ରଞ୍ଜିତ ସାହୁ,କମଲ ଅଗ୍ରୱାଲ,ଚତୁର୍ଭୁଜ ନାଏକ,ମନୀଷ ଦାସ ପ୍ରମୁଖ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ
ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ

