ନ୍ୟୁଜ ଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ) ଧର୍ମଗଡ ଠାରେ ଆସନ୍ତା ଜାନୁଆରୀ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଆଜି ମହିଳା ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବଡ ବସୁଲ ପଡିଆ ଠାରୁ ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ପ୍ରାୟ ୫କିମି ରାସ୍ତା ଉପରେ ଏହି ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଡାକ୍ତର ମୋନିକା ପରଶିରା ପତାକା ଦେଖାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥଲେ। ବଡ ବସୁଲ ମକୁନ୍ଦ ଶବର ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥଲେ। ଏଥିରେ ଧର୍ମଗଡ଼ ବ୍ଲକ ଝାର କୁଣ୍ଡାମାଲ ଗ୍ରାମର ଯୁଗମଣି ଶବର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଧର୍ମଗଡ଼ ବ୍ଲକ ବୋଡ଼େନ ର ପୁଷ୍ପାଞ୍ଜଳି ଶବର ଦ୍ଵିତୀୟ ସ୍ଥାନ ଓ ଧର୍ମଗଡ଼ ର ଲିଲି ସୁନାନୀ ତୃତୀୟ ସ୍ଥାନ ହାସଲ କରିଥିଲେ । କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ପ୍ରଥମ ଥର ପାଇଁ ଧର୍ମଗଡ଼ ରେ ମହିଳା ଗଣଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଉତ୍ସବ ପଡ଼ିଆ ଠାରେ ଆୟୋଜିତ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ଧର୍ମଗଡ ଉପ ଜିଲ୍ଲାପାଳ ତଥା ଉତ୍ସବ କମିଟି ଅଧ୍ୟକ୍ଷ ଧିମାନ ଚକମା, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ଅର୍ଥ କମିଟି ର ଉପାଧ୍ୟକ୍ଷ ସୁଶ୍ରୀ ହୀରା ବାଗ, ଇଙ୍ଗିତ ପଣ୍ଡା, ବରିଷ୍ଠ କ୍ରୀଡାବିତ୍ ଲକ୍ଷ୍ମୀକାନ୍ତ ବାଗ,କର୍ତ୍ତବ୍ୟ ଅନୁଷ୍ଠାନ ର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଶୋକ ପଟ୍ଟନାୟକ, ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟନ୍ତ ମୁଣ୍ଡ, କ୍ଷୀରୋଦ ବାଗ ପ୍ରମୁଖ ମଞ୍ଚାସିନ ରହି ବିଜୟୀ ମହିଳା କ୍ରୀଡାବିତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ କୁ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ, କ୍ରୀଡ଼ା ଶିକ୍ଷୟତ୍ରୀ ବୀଣା ପୁଝାରୀ, ଶିକ୍ଷୟତ୍ରୀ ରାଜ କୁମାରୀ ନାଏକ ପରିଚାଳନା କରିଥିଲେ। କ୍ରୀଡ଼ା କମିଟି ରେ ଅଭୟ ବାଗ,ଶ୍ରବଣ ଜାଲ, ନୟନ ସାହୁ, ସନ୍ତୋଷ ନାଏକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

