ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଣ ଓ ରାୟଗଡ଼ା କୁ ସଂଯୋଗ କରୁଥିବା ଛଅ ନମ୍ବର ରାଜ୍ୟ ରାଜପଥ ସିକେର କୁପା ଠାରେ ଦୁଇଟି ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଚାଳକ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡିଛି।
ସୁଚନା ଅନୁସାରେ ରାୟଗଡ଼ା ଠାରୁ ସମ୍ବଲପୁର ଯାଉଥିବା ଟ୍ରକ ନମ୍ବର ଓଡି୧୫ଜି ୮୧୨୫ ଆଇଚର ଟ୍ରକ ଟି ଭବାନୀପାଟଣା ରୁ ବିଶାଖାପାଟଣା ଯାଉଥିବା ଟ୍ରକ କୁ ଧକ୍କା ଦେଇ ଫେରାର ମାରୁଥିବା ବେଳେ ସ୍ଥାନୀୟ ଲୋକଙ୍କର ସହାୟତା ରେ ଟ୍ରକ ଟି ଅଟକ ରଖି ସିକେରକୁପା ପୋଲିସ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପଡ଼ିରହି ଥିବା ଟ୍ରକ ଚାଳକ କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୂଖ୍ୟ ଚିକିତ୍ସାଳୟ କୁ ପଠାଇ ଥିବା ପୋଲିସ ସୂତ୍ରରୁ ସୁଚନା ମିଳିଛି ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

