ନ୍ୟୁଜଗ୍ୟାଲେରି, ( ଉଦ୍ଧବ ପଣ୍ଡା )କଳାହାଣ୍ଡି ମ. ରାମପୁର: ଭାରତ ସରକାର ଙ୍କ ପ୍ରସ୍ତାବିତ ସମାନ ନାଗରିକ ସଂହିତା ୟୁ,ସି,ସି, ବିଲ୍ କୁ ବିରୋଧ କରି କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ ଙ୍କ ନେତୃତ୍ବରେ ମ. ରାମପୁର ତହସିଲଦାର ସୁଶ୍ରୀ ଜ୍ଯେସ୍ନା ମାଝୀ ଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୟୁ ସି ସି ବିଲ ପ୍ରତ୍ୟାହାର ଦାବିରେ ଦାବି ପତ୍ର ପ୍ରଦାନ କରିଛନ୍ତି। କାହିଁକି କି ନା ସମାନ ନାଗରିକ ସଂହିତା କହୁଛି ଦେଶର ସମସ୍ତ ନାଗରିକ ମାନଙ୍କ ପାଇଁ ଗୋଟିଏ ନିୟମ ସୁନିଶ୍ଚିତ କରିବା । ସମସ୍ତ ଧାର୍ମିକ ଓ ଆଦିବାସୀ ସମ୍ପ୍ରଦାୟ ର ସେମାନଙ୍କ ବ୍ୟକ୍ତି ଗତ ପ୍ରସଙ୍ଗ ସମ୍ପତ୍ତି,ବିବାହ ଉତ୍ତରାଧିକାରୀ ପୋଷ୍ୟ ସନ୍ତାନ ଇତ୍ୟାଦି ପ୍ରଯୁଜ୍ୟ ହେବ ବୋଲି କୁହାଯାଉଛି। ଆଦିବାସୀ ବର୍ଗ ମାନଙ୍କ ପାଇଁ ଏହା ସ୍ବାଗତ ଯୋଗ୍ୟ ନୁହେଁ। ଆଜି ବି ଦେଶରେ ଆଦିବାସୀ ସଂପ୍ରଦାୟ ର ଅଛନ୍ତି। ଯେଉଁ ମାନେ ଜଙ୍ଗଲ ପର୍ବତ ଓ ଗ୍ରାମ ରେ ବସବାସ କରି ଜୀବନ ବିତାଉଛନ୍ତି । ତାଙ୍କର ଭାଷା ସଂସ୍କୃତି ରିତିନିତି ଚାଲିଚଳଣ ପର୍ବପର୍ବାଣୀ ବିବାହ ପୂଜା ପଦ୍ଧତି ସଂପୂର୍ଣ୍ଣ ଭିନ୍ନ। ସେମାନେ ସମାଜର ମୁଖ୍ୟ ସ୍ରୋତରୁ ଠାରୁ ଦୂରରେ ରହି ସମାଜିକତା ଶିକ୍ଷା ଗତ ଓ ଅର୍ଥନୈତିକ କ୍ଷେତ୍ରରେ ବହୁ ପଛରେ ରହିଛନ୍ତି। ତେବେ ଆଦିବାସୀ ଙ୍କ ସ୍ୱତନ୍ତ୍ରତା ଓ ସ୍ବାଧୀନତା ଉପରେ ସମାନ ନାଗରିକ ସଂହିତା ଅଙ୍କୁଶ ଲଗାଇ ତାଙ୍କର ପରମ୍ପରା କୁ ସେଷ କରିବା ପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କୁ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ଦୃଢ଼ ବିରୋଧ କରୁଛି ଏବଂ ଲୋକ ସଭା ଓ ରାଜ୍ୟ ସଭାରେ ୟୁ ସି ସି ବିଲ୍ କୁ ପାସ୍ କରାନଯାଉ ବୋଲି କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି।
Latest entries
ଜିଲ୍ଲା ଖବରDecember 14, 2025ବରିଷ୍ଠ ନାଗରିକ ତୀର୍ଥଯାତ୍ରା ତାମିଲନାଡୁ ସ୍ଥିତ ରାମେଶ୍ଵରମ ଓ ମଦୁରାଇ ଯାତ୍ରା ।
ଜିଲ୍ଲା ଖବରDecember 11, 2025ଧର୍ମଗଡ ମୁଖ୍ୟ ରାସ୍ତା ଜବରଦଖଲ ଉଚ୍ଛେଦ।
ଜିଲ୍ଲା ଖବରDecember 11, 2025ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ
ଜିଲ୍ଲା ଖବରDecember 11, 2025ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ପାଇଁ ପ୍ରସ୍ତୁତି ବୈଠକ।

