Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ସମଗ୍ର ବ୍ଳକର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କ ସମାଗମରେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ବୃନ୍ଦ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିବା ସହିତ ମୁଖ୍ଯ ଅତିଥି ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ସର୍ବଶ୍ରୀ ଆଚାରି ଶବର ଙ୍କ କର କମଳରେ ବିଦ୍ୟାଳୟର ପ୍ରାଚୀର ପତ୍ରିକା “କଳିକା ର ଶୁଭ ଉନ୍ମୋଚନ କରିଥିଲି । ବରିଷ୍ଠ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ତ୍ରିପାଠୀଙ୍କ ଦ୍ଵାରା ଉନ୍ମୋଚନ କବିତା କଳିକା ପାଠ କରାଯାଇଥିଲା। ବୈଠକରେ ତ୍ରିପାଠୀଙ୍କ ଦ୍ଵାରା ସ୍ଵାଗତ ସମ୍ଭାଷଣ ପ୍ରଦାନ କରାଯାଇ ବରିଷ୍ଠ ଶିକ୍ଷକ ଦେବୀ ପ୍ରସାଦ ଆଚାରୀଙ୍କ ବୈଦିକ ଶ୍ଳୋକ ଆବୃତ୍ତିରେ ଝଙ୍କୃତ ପବିତ୍ର ବାତାବରଣରେ ବାକ୍ଯଦେବୀ ବୀଣାପାଣିଙ୍କୁ ଆରାଧନା କରି ସଭାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା।
ଉକ୍ତ ବୈଠକରେ ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ସର୍ବଶ୍ରୀ ଆଚାରୀ ଶବର,ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, ଆର୍.ପି.ପ୍ରକାଶ ମିଶ୍ର, ଶ୍ରୀନିବାସ ସେନାପତି, ପ୍ରଦୀପ ନେଗି, ଡି.ପି.ଇ.ଓ ରୂପ ସିଂ ରାଉତ ସମେତ ବ୍ଳକର ୪୫ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଆଲୋଚନା ଚକ୍ର ରେ ଯୋଗଦେଇଥିଲେ। ଶିକ୍ଷାର୍ଥୀ କେନ୍ଦ୍ରିକ ଶିକ୍ଷା,ଏଫ୍.ଏଲ.ଏନ୍, ମୂଲ୍ୟାୟନ ପଦ୍ଧତି,ଶିକ୍ଷଣ ଉପଲବ୍ଧ, ଶିକ୍ଷକ ପ୍ରଶିକ୍ଷଣ, ଶିଶୁଙ୍କ ସାମଗ୍ରିକ ବିକାଶ ବିଷୟରେ ଆଲୋଚନା ପର୍ଯ୍ଯାଲୋଚନା କରାଯାଇଥିଲା । ଅତିଥିମାନେ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆହୁରି ଉତ୍ସାହିତ କରିଥିଲେ।ଶିକ୍ଷୟତ୍ରୀ ସ୍ଵପ୍ନା ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
