Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି ବୈଠକରେ ରାୟଗଡ ବିଧାୟକ ଆପଲସ୍ୱାମୀ କାଡ୍ରାକା,ଵିଷମ କଟକ ବିଧାୟକ ନୀଳମାଧବ ହିକକା, ଗୁଣୁପୁର ବିଧାୟକ, ସତ୍ୟଜୀତ ଗମାଙ୍ଗ, ଜିଲ୍ଳାପାଳ ପାରୁଲ ପଟାୱରୀ ,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର,ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଲାଲମୋହନ ରାଉତରାଏଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ବୈଠକରେ ମୁଖ୍ୟତଃ ମଧ୍ୟମ ଜଳସେଚନ ବିଭାଜନର ଆଗ୍ରଗତି, ଜାତୀୟ ରାଜ ପଥ ବିଭାଗର ବିଭିନ୍ନ ସମସ୍ୟା ବିଶେଷ ରାୟଗଡ ପିତାମହଲ ବ୍ରିଜ, ଯେକେକେପୁର ନାଗାବୋଲି ନଦୀ ଉପରେ ନିର୍ମିତ ବ୍ରିଜ, ବାଇପାସ ରାସ୍ତା ଉପରେ ଆଲୋଚନା କରିଥିଲେ l ସ୍ୱତନ୍ତ୍ର ଭୁ ଅର୍ଜନ ବିଭାଗ ଉପରେ ଥେରୁବାଲି ଗୁଣୁପୁର ରେଳ ଲାଇନ ନିମନ୍ତେ ଜମି ଅଧିଗ୍ରହଣ ଆଗାମୀ ଦିନରେ ପଦ୍ଧକ୍ଷେପ ନିଆଯିବ,ଖଣିଜ ଦ୍ରବ୍ୟ, ଗ୍ରାମୀୟ ଜଳାଯୋଗାଣ ସଂସ୍ଥା, ପୂର୍ତ୍ତ ବିଭାଗ, ଗ୍ରାମୀୟ ନିର୍ମାଣ, ପଂଚାୟତ ରାଜ ଓ ପାନୀୟଜଳ ବିଭାଗ,
ଜିଲ୍ଲା ମଙ୍ଗଳ ବିଭାଗ ଉପରେ ଆଲୋଚନା କଲାବେଳେ ପ୍ରତ୍ୟେକ ବ୍ଲକର ସମିତି ଅଧ୍ୟକ୍ଷ ମାନଙ୍କୁ ଏକଲାବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ଦେବାକୁ କହିଥିଲେ ।ଜେକେପୁର ଅମ୍ଳଭଟା ମଧ୍ୟରେ ଥିବା ନାଗାବଳୀ ସେତୁ,ରାୟଗଡା ଓଭରବ୍ରିଜ୍ର ମରାମତି, ଝଞ୍ଜାବତୀ ନଦୀ ଉପରେ ଥିବା ପୋଲୋ ନିର୍ମାଣ ଓ ବାଇପାସ ରାସ୍ତା ନିର୍ମାଣରେ ବିଳମ୍ବତାକୁ ନେଇ ଜାତୀୟ ରାଜପଥ ବିଭାଗ ରାୟଗଡାର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପଚାରି ବୁଝିଥିଲେ ଓ ଯଥାଶୀଘ୍ର ମରାମତି ଓ ନିର୍ମାଣ କାମକୁ ତ୍ୱରାନ୍ନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଦିଶା କମିଟିର ସଦସ୍ୟସଦସ୍ୟାୟ, ଜିଲ୍ଲା ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
