ନ୍ୟୁଜଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ୫୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବରେ ପୂର୍ତ୍ତ ଆଇନ ଓ ଅବକରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାଶ,ଏକାମ୍ର ବିଧାୟକ ବାବୁ ସିଂ , ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ର ସାମ୍ବାଦିକ ବିନ୍ଦୁ ମହାନନ୍ଦ ଙ୍କୁ ଚଳିତ ବର୍ଷ ର ଶ୍ରେଷ୍ଠ ସାମ୍ବାଦିକ ଭାବରେ ବିବେଚିତ କରି ସମ୍ମାନିତ ଓ ମାନପତ୍ର ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ର ୩୦ଗୋଟି ଜିଲ୍ଲା ର କୋଣ ଅନୁକୋଣ ରୁ ଓୟୁଜେ ର ପଦାଧିକାରୀ , କର୍ମକର୍ତ୍ତା ଓ ସାମ୍ୱାଦିକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ପ୍ରକାରର ସମସ୍ୟା ଓ ଉନ୍ନତି ମୁଳକ କାର୍ଯ୍ୟ ବିଷୟରେ ଶ୍ରୀ ମହାନନ୍ଦ ଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚ ଉପରେ ପଚାରି ବୁଝିଥିଲେ । ଏହି ପୁରସ୍କାର ପାଇବା ପରେ ଗୋଲାମୁଣ୍ଡା ବ୍ଲକ ର ଅଞ୍ଚଳବାସୀ ଙ୍କ ସମେତ କଳାହାଣ୍ଡି ଜିଲ୍ଲା ର କୋଣ ଅନୁକୋଣ ରୁ ଶ୍ରୀ ମହାନନ୍ଦ ଙ୍କୁ ଶୁଭେଚ୍ଛା ର ବାର୍ତ୍ତା ଛୁଟୁଛି ।

Latest entries
ଜିଲ୍ଲା ଖବରOctober 11, 2025କଳାହାଣ୍ଡି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ।
ଜିଲ୍ଲା ଖବରOctober 11, 2025ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କୁ ଜୋତା ଫିଙ୍ଗିବା ଘଟଣାକୁ ନେଇ କଳାହାଣ୍ଡିରେ ତୀବ୍ର ପ୍ରତିବାଦ
ଜିଲ୍ଲା ଖବରOctober 7, 2025ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ।
ଜିଲ୍ଲା ଖବରOctober 6, 2025ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବ