ନ୍ୟୁଜଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ୫୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବରେ ପୂର୍ତ୍ତ ଆଇନ ଓ ଅବକରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାଶ,ଏକାମ୍ର ବିଧାୟକ ବାବୁ ସିଂ , ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ର ସାମ୍ବାଦିକ ବିନ୍ଦୁ ମହାନନ୍ଦ ଙ୍କୁ ଚଳିତ ବର୍ଷ ର ଶ୍ରେଷ୍ଠ ସାମ୍ବାଦିକ ଭାବରେ ବିବେଚିତ କରି ସମ୍ମାନିତ ଓ ମାନପତ୍ର ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ର ୩୦ଗୋଟି ଜିଲ୍ଲା ର କୋଣ ଅନୁକୋଣ ରୁ ଓୟୁଜେ ର ପଦାଧିକାରୀ , କର୍ମକର୍ତ୍ତା ଓ ସାମ୍ୱାଦିକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ପ୍ରକାରର ସମସ୍ୟା ଓ ଉନ୍ନତି ମୁଳକ କାର୍ଯ୍ୟ ବିଷୟରେ ଶ୍ରୀ ମହାନନ୍ଦ ଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚ ଉପରେ ପଚାରି ବୁଝିଥିଲେ । ଏହି ପୁରସ୍କାର ପାଇବା ପରେ ଗୋଲାମୁଣ୍ଡା ବ୍ଲକ ର ଅଞ୍ଚଳବାସୀ ଙ୍କ ସମେତ କଳାହାଣ୍ଡି ଜିଲ୍ଲା ର କୋଣ ଅନୁକୋଣ ରୁ ଶ୍ରୀ ମହାନନ୍ଦ ଙ୍କୁ ଶୁଭେଚ୍ଛା ର ବାର୍ତ୍ତା ଛୁଟୁଛି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

