Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଚଳିତ ବର୍ଷରେ ନାଳ ନର୍ଦମା ଗୁଡିକ ଯୋଗୁଁ ଏଥି ସେଠି ପାଣି ଜମା ହେବାଦ୍ବାରା ଜଳ ଉତ୍ସ ଧୂଷିତ ହେବା ଯୋଗୁଁ ଡାଇରିଆ, ଡେଙ୍ଗୁ ଓ ମେଲେରିଆ ବ୍ୟାପିବା ଆଶଙ୍କା ବହୁତ ଥିବାରୁ ଶତପ୍ରତିଶତ ବିଷଧନ ଓ ସଫା ସୁତୁରା ରଖିବାକୁ ସମ୍ପୂକ୍ତ ସମସ୍ତ ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦେଶ ଦେବାକୁ କାଶୀପୁର ବିଡ଼ିଓଙ୍କୁ କହିଥିଲେ । ପ୍ରତ୍ୟେକ ଏଏନଏମ ଓ ଅଙ୍ଗନବାଡି କେନ୍ଦ୍ରରେ, ଆଶା ମାନଙ୍କ ପାଖରେ ଯଥେଷ୍ଟ ପରିମାଣ ଓଆରେସ ଓ ଔଷଧ ମହଜୁଦ ରଖିବା, ଜଳ ଉତ୍ସ ଗୁଡ଼ିକରୁ ନମୁନା ସଂଗ୍ରହ କରି ତାହାର ପରୀକ୍ଷା କରି ବିଷଧନ କରିବାକୁ ଉପ-ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଗାଁ କଲ୍ୟାଣ ପାଣ୍ଠି ବିନିଯୋଗରେ ଗାଁକୁ ସଫା ସୁତୁରା କରିବାକୁ କହିଥିଲେ । ଔଷଧଯୁକ୍ତ ମଶାରୀ ୧୦୦%ବ୍ୟବହାର ଘରକୁ ଘର ଯାଇ ଲୋକଙ୍କୁ ସଚେତନତା କରିବା ପାଇଁ ଆଶା ଅଙ୍ଗନବାଡି କର୍ମୀ ମାନେ ସଚେତନତା କରିବାକୁ କହିଥିଲେ । ସେହିପରି ବିଦ୍ୟାଳୟ ଅନ୍ତେବାସୀ ମାନେ ମଶାରୀ ସମସ୍ତେ ବ୍ୟବହାର କରିବେ ସେଥିପାଇଁ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସୁନିଶ୍ଚିତ କରିବେ । ହଷ୍ଟେଲ ରେ ରହୁଥିବା ଛୁଆ ଯେପରି ଆକ୍ରାନ୍ତ ନ ହୁଅନ୍ତି ସେଥିପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ସତର୍କ ରହିବାକୁ କହିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଗାଁ କଲ୍ୟାଣ ସମିତି ପାଣ୍ଠି ବ୍ୟବହାର କରି ସଚେତନତା କରିବେ । ଏହାପରେ ଉପଜିଲ୍ଲାପାଳ ବ୍ଲକର ଚନ୍ଦ୍ରଗିରି ଓ ଗୋରଖପୁର ପଂଚାୟତ ବୁଲି ଆନୁଧ୍ୟାନ କରିଥିଲେ।ଆଜିର ଏହି ବୈଠକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ,ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ, ସାମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସୁପରଭାଜର, ଆଶାକର୍ମୀ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ପଞ୍ଚlୟତରାଜ ଜନପ୍ରତିନିଧି,ଏ ଏନଏମ, ଓ ବ୍ଲକ କାର୍ଯ୍ୟାଲୟର କର୍ମଚାରି ଯୋଗଦେଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
