କୋକସରା ଅବକାରୀ ବିଭାଗ ର ଚଢ଼ାଉ,୮ କେଜି ଗଞ୍ଜେଇ ଜବତ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡାଗୁଡା ପଞ୍ଚାୟତ ଭାଳିଆଯୋର ଗ୍ରାମର ଅଭିରାମ ନାଏକ ୫୪ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଅଭିରାମ ନାଏକ ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।ଅଭିରାମ ଗଞ୍ଜେଇ ବ୍ୟାପାର ଚଳେଇ ଥିବା ବେଳେ ଶୁକ୍ରବାର ଗଞ୍ଜେଇ ଚାଲାଣ କରୁଥିବା ବେଳେ କୋକସରା ଅବକାରୀ ଥାନା ଅଧିକାରୀ ନରେନ୍ଦ୍ର ମିଞ୍ଜ ଏବଂ ଧର୍ମଗଡ଼ ଏ ଏସ ଆଇ ପ୍ରତିମା ବେହେରା ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଚଢ଼ାଓ ସମୟରେ ଅଭିଯୁକ୍ତ ଙ୍କ ଠାରୁ ୮ କେଜି ଗଞ୍ଜେଇ ସହ ଓଡି ୦୮ ୟୁ ୮୧୨୯ ନମ୍ବର ବିଶିଷ୍ଟ ବାଇକ ଜବତ ହୋଇଥିବା ନେଇ ଅବକାରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts