ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡାଗୁଡା ପଞ୍ଚାୟତ ଭାଳିଆଯୋର ଗ୍ରାମର ଅଭିରାମ ନାଏକ ୫୪ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଅଭିରାମ ନାଏକ ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।
ଅଭିରାମ ଗଞ୍ଜେଇ ବ୍ୟାପାର ଚଳେଇ ଥିବା ବେଳେ ଶୁକ୍ରବାର ଗଞ୍ଜେଇ ଚାଲାଣ କରୁଥିବା ବେଳେ କୋକସରା ଅବକାରୀ ଥାନା ଅଧିକାରୀ ନରେନ୍ଦ୍ର ମିଞ୍ଜ ଏବଂ ଧର୍ମଗଡ଼ ଏ ଏସ ଆଇ ପ୍ରତିମା ବେହେରା ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଚଢ଼ାଓ ସମୟରେ ଅଭିଯୁକ୍ତ ଙ୍କ ଠାରୁ ୮ କେଜି ଗଞ୍ଜେଇ ସହ ଓଡି ୦୮ ୟୁ ୮୧୨୯ ନମ୍ବର ବିଶିଷ୍ଟ ବାଇକ ଜବତ ହୋଇଥିବା ନେଇ ଅବକାରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

