ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ୩୭ତମ ଜାତୀୟ ସଡକ ସୁରକ୍ଷା ମାସ ୧ତାରିଖ ରୁ୩୧ତାରିଖ ପଯନ୍ତ “ସଡକ ସୁରକ୍ଷା, ଜୀବନ ରକ୍ଷା” ଶିର୍ଷକରେ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ଦ୍ୱରା ଆୟୋଜିତ ଏକ ସଚେତନତା ସାଇକେଲ ର୍ୟାଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି।
ଏହି ର୍ୟାଲିରେ ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀଙ୍କ ସମେତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦାଇତ୍ୱ ରେ ଥିବା ଡେପୁଟି କମିଶନର ପ୍ରତାପ କିଶୋର ପଣ୍ଡା, ଜୁନିୟର ଏମ୍ଭିଆଇ ରାମକୃଷ୍ଣ ମାଝୀ, ଟି ଆଇ ମିଥୁନ ପ୍ରଧାନ, କଳାହାଣ୍ଡି ଜିଲ୍ଲା ପୋଲିସ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଲୋକନାଥ ସାହୁ ,ସୁବ୍ରାନସୁ ମିଶ୍ର,ପରିବହନ କାର୍ଯ୍ୟଳୟ ର ଅନେକ କର୍ମଚାରୀ ଏକ ବିଶାଳ ର୍ୟାଲି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରୁ ବାହାରି ମାଣିକେଶ୍ୱରୀ ହାଇସ୍କୁଲ ଛକ, ଷ୍ଟେଚ୍ୟୁ ଛକ ଓ ମାଣିକେଶ୍ୱରୀ ମନ୍ଦିର ଦେଇ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସାଧାରଣ ଜନତାଙ୍କୁ ସଡକ ସୁରକ୍ଷାର ସମସ୍ତ ନୀୟମାବଳୀ ସଚେତନ କରାଯିବା ସହ ଜୀବନ ରକ୍ଷାର ବାର୍ତ୍ତା ଦିଆଯାଇଥିଲା। ଏହି ବିଶାଳ ର୍ୟାଲି ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଜିଲ୍ଲା ପୋଲିସ ପ୍ରଶାସନ ସହ ଅନେକ ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀ ଯୋଗଦେଇ ସଚେତନର ବାର୍ତ୍ତା ଜଣାଇଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

