ନ୍ୟୁଜ ଗ୍ୟାଲେରି, ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵିଜ୍ଞାପିତ ଅଞ୍ଚଳ ପରିଷଦ ଧର୍ମଗଡ ୱାଡ଼ ନମ୍ବର ୧ ଭୀମଖୋଜପଡା ଠାରେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ କର କମଳରେ ଧର୍ମଗଡ ସହର ରେ ସୋନ୍ଦର୍ଯ୍ୟ କରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୫୦ ଟି ଷ୍ଟିଟ ଲାଇଟ (ଏଲଇଡି) ଲାଇଟ ର ଲୋକାର୍ପଣ କରିଥିଲେ । ବିଧାୟକ ଶ୍ରୀ ପାଟ୍ଟଯୋଷୀ ଲୋକାର୍ପଣ କରି କେନ୍ଦ ସରକାର ଓ ରାଜ୍ୟସରକାର ଙ୍କ ବିଭିନ୍ନ ବିକାଶ ମୂଳକ ଓ ଜନହିତ କାରୀ ଯୋଜନା ସମ୍ବନ୍ଧରେ ଉପସ୍ଥିତ ଜନ ସାଧାରଣ ଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ ମହିଳା ମାନେ ବିକାଶ ଧାରାରେ ସକ୍ରିୟ ସାମିଲ ହେଲେ ବିକଶିତ ଓଡ଼ିଶା ବିକଶିତ ଭାରତ ର ସମ୍ଭବ ହେବ ବୋଲି ସେ ଉପସ୍ଥିତ ମହିଳା ଙ୍କୁ ସମ୍ବୋଧନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ କାଉନସିଲର ନୀଳାମ୍ବର ଦାସ ସଭାପତିତ୍ବ କରିଥିବା ବେଳେ ନଗର ପାଳ ଅଶୋକ ମହାନ୍ତି ସଭା ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ମନୀଷା ମିଶ୍ର,ନିର୍ବାହୀ ଅଧିକାରୀ ଶ୍ରୀ ବିଶମ୍ବର ମିଶ୍ର, କାଉନସିଲର ଅଞ୍ଜନା ମାଝୀ, ନବୀନ ମହାନନ୍ଦ,ମୁନିରାମ ମାଝୀ, ମମତା ବାଗ,ଫକୀର ରାଉତ,ପ୍ରବୀଣ ପଣ୍ଡା, ଜ୍ୟୋତିମୟୀ ମହାନନ୍ଦ, ରତ୍ନ ପାତ୍ର, ସନ୍ତୋଷୀ ନାଏକ,ସୁଶୀଳା ନାଏକ,ଏବଂ ଭୀମଖୋଜପଡା ରେ ସମସ୍ତ ବୁଦ୍ଧିଜୀବୀମାନେ ମହିଳା ଏବଂ ଏ ନ ସି ସମସ୍ତ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ସଭା ମଞ୍ଚ ପରେ ସ୍ଥାନୀୟ ଲୋକେ ନିଜନିଜ ଆପତ୍ତି ଅଭିଯୋଗ ବିଧାୟକ ଙ୍କୁ ଜଣାଇ ଥିବା ବେଳେ ବିଜ୍ଞାପିତ କାର୍ଯ୍ୟାଳୟ ଠାରେ ବିଧାୟକ ଶ୍ରୀ ପାଟ୍ଟଯୋଷୀ ଙ୍କ ଦ୍ୱାରା ନୂତନ ଭତ୍ତା ବଣ୍ଟନ କରିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

