ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ସାମୁହିକ ଗାନ କାର୍ଯ୍ୟକ୍ରମ ଭବାନୀପାଟଣା ବ୍ଲକ ସମ୍ମୁଖରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ ଏବଂ ଭବାନୀପାଟଣା ପୌରପାଳିକା ଉନ୍ନୟନ ଅଧିକାରୀ ପ୍ରମୋଦ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ସାମୁହିକ ଭାବେ ବନ୍ଦେ ମାତରମ୍ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ସାମୁହିକ ବନ୍ଦେ ମାତରମ ଗାନ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନେ ଦେଶ ଭକ୍ତି ଗାନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ସଦର ବିଧାୟକ ପ୍ରତିନିଧି ଧନୁର୍ଜୟ ଗହିର, ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ପୌରପାଳିକା ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ , ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ପ୍ରତିନିଧି ରାଧାକାନ୍ତ ଛତ୍ରି ଏବଂ ବ୍ଲକ ଶିକ୍ଷା ଅଧିକାରୀ ଆଚାରି ଶବର, ଏ ବି ଇ ଓ ଜୟ କୁମାର ମାଝୀ, ଏ ବି ଡି ଓ ଶ୍ରୀଧର ପଣ୍ଡା, ଏ ବି ଇ ଓ ଜଗଦୀଶ ଚନ୍ଦ୍ର ମୁଣ୍ଡ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାମୁହିକ ଭାବେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ଗାନ କରିଥିଲେ।ପୂର୍ବାଲୋକନ ଓ ଭାରତ ଇତିହାସ ର ମହତ୍ତ୍ଵ ଉପରେ ଉପସ୍ଥିତ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ବାର୍ତ୍ତା ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଆଚାରି ଶବର ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ କାର୍ଯ୍ୟକ୍ରମ କୁ ଶିକ୍ଷକ ନିଲାଞ୍ଚଳ ପାନ ମଞ୍ଚ ସଂଯୋଜନା କରିଥିଲେ। ଶିକ୍ଷକ ଜଗନ୍ନାଥ ତ୍ରିପାଠୀ ଙ୍କ ମଧୁର କଣ୍ଠ ରେ ଦେଶ ଭକ୍ତି ସଙ୍ଗୀତ ଛାତ୍ର ଛାତ୍ରୀ ମାନେ ଉପୋଭୋଗ କରିଥିଲେ। କାର୍ଯ୍ୟକ୍ରମ କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

