ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା ର ଉଦଘାଟନୀ ଉତ୍ସବ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରାଷ୍ଟ୍ର ମନ୍ତ୍ରୀ (ସ୍ଵାଧୀନ) ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଜିଲ୍ଲାସ୍ତରୀୟ ବିକାଶ ମେଳା ର ଶୁଭ ଉଦ୍ଧଘାଟନ କରିଥିଲେ।
ବିଭିନ୍ନ ବିଭାଗୀୟ ବିକାଶର ସଚେତନତା ସମ୍ୱନ୍ଧୀୟ ୨୫ ଗୋଟି ଷ୍ଟଲ୍ ମୁଖ୍ୟ ଅତିଥି ବୁଲି ଦେଖିଥିଲେ। କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ଯ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସରକାରଙ୍କ ର ଏକ ଶତ ଦିନ ପୂର୍ତ୍ତୀ ଅବସରରେ କାର୍ଯ୍ୟକାରି କରାଯାଇଥିବା ବିଭିନ୍ନ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ସମାରୋହରେ ସମ୍ମାନିତ ଅତିଥି କଳାହାଣ୍ଡି ସାଂସଦ ମାଳବିକା ଦେବୀ, ମାନ୍ୟବର ବିଧାୟକ ଧର୍ମଗଡ଼ ସୁଧୀର ପାଟଯୋଷୀ, କଳାହାଣ୍ଡି ଜିଲ୍ଲା ଭାଜପା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ବିକାଶ ମେଳା ଆୟୋଜନ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ସରକାରଙ୍କ ର କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ,କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।
ଏହି ଅବସରେ ପାଞ୍ଚ ଜଣ ସୁଭଦ୍ରା ହିତାଧିକାରୀ ମାନଙ୍କୁ ପଚାଶ ହଜାର ଟଙ୍କା ପାଞ୍ଚ ବର୍ଷ ପାଇଁ ର ନକଳିଚେକ୍ ମୁଖ୍ୟ ଅତିଥି ଙ୍କ ଦ୍ଵାର ପ୍ରଦାନ କରାଯାଇଥିଲା। ଏହି ବିକାଶ ମେଳା ୨୧ ଓ ୨୨ ଚାଲିବ ସନ୍ଧ୍ୟାରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ସତ୍ୟନାରାୟଣ ମହାପାତ୍ର ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

