ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ମଦନପୁର ରାମପୁର ବ୍ଲକ ର ମଦନପୁର ଠାରେ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ର ମଦନପୁର ରାମପୁର ଉପମଣ୍ଡଳ ର ନୂଆଖାଇ ଜୁହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି କ୍ଷତ୍ରିୟ ପାଇକ ସମାଜ ର ଉପକୂଳପତି ତଥା କଳିଙ୍ଗ ପାଇକ ସେନା ରାଜ୍ୟ ସଭାପତି ଭୈରବ ପ୍ରସାଦ ନାୟକ ଉପସ୍ଥିତରହି ସମାଜ ଉନ୍ନତି ଏବଂ କଲ୍ୟାଣ କରିବା ସହିତ ସମାଜ କୁ ସୁଦୃଢ଼ କରିବାକୁହେଲେ ରାଜନୀତି କୁ ଆପଣାଇ ସମାଜ ସେବା କରିହେବ ସେଥିପାଇଁ ସମାଜ ରପଦ ପଦବୀ ରେଥିବା ବରିଷ୍ଠ କର୍ମକର୍ତ୍ତା ସମାଜର ଜନସଧାରଣକୁନେଇ ଏହିବୈଠକ ରେ ଚର୍ଚ୍ଚା ଆଲୋଚନା କରାଯାଇ ଉପକୂଳପତି ଭୈରବ ପ୍ରସାଦ ନାୟକ ଙ୍କୁ ଏହିବୈଠକ ରେ ସମାଜ ପକ୍ଷରୁ ସମର୍ଥନ ଜଣାଇବା ସହିତ ଆଗକୁ ସାଧାରଣ ନିର୍ବାଚନରେ ସହଯୋଗ କାରିବାପାଇ ସ୍ୱର ମିଳାଇ ଥିଲେ।
ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସମ୍ପାଦକ ବାସୁଦେବ ପ୍ରଧାନୀ, ସମାଜ ସେବୀ ରୂପ କିଶୋର ଦଳେଇ, ମଦନପୁର ରାମପୁର ଉପମଣ୍ଡଳ କୂଳସଦର ଡମ୍ବରୁ ଧର ଧଙ୍ଗଡାମାଝୀ,ଉପକୂଳସଦର ହୃଦାନନ୍ଦ ଧଙ୍ଗଡାମାଝୀ, ସମ୍ପାଦକ ସୁଦାମ ଦୁବେ,ମଣ୍ଡଳ ସଦସ୍ୟ ସହଦେଵ ଧଙ୍ଗଡ଼ାମାଝୀ ଭବାନୀପାଟଣା ଉପମଣ୍ଡଳ ସମ୍ପାଦକ ହେମନ୍ତ କୁମାର ରାୟ ,ମଣ୍ଡଳ ସଦସ୍ୟ ବନମାଳୀ ବଣୁଆ, ଚନ୍ଦ୍ର ଶେଖର ପୁଝିରୀ,ତଥାଗତ ସିଂହ ରାଜପୁତ, ଦିଗାମ୍ବର ପୁଝାରି,ପ୍ରମୁଖ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ କୁ ନର୍ଲା ଉପମଣ୍ଡଳ ସମ୍ପାଦକ ଉଦୟନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

