ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶାର ନୂଆଖାଇ ଭେଟଘାଟ ତଥା ୨ୟ ପ୍ରତିଷ୍ଠା ଦିବସ ମହାସମାରୋହରେ ଆୟୋଜନ ଭବାନୀପାଟଣା ଟାଉନ ହଲ ଠାରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସାମ୍ବିଧାନିକ ବ୍ୟବସ୍ଥା ଆନୁଯାୟୀ ଶିକ୍ଷା,ଶାସନ,ସମ୍ପତ୍ତି ତଥା ସାମାଜିକ ସ୍ୱାଭିମାନୀ, ସମ୍ମାନର ଅଧିକାରୀ ହେବା, ଜାତିଗତ ଜନ ଗଣନା,ସଂଖ୍ୟା ଅନୁସାରେ ଯାଦବ ଜାତିକୁ ନେତୃତ୍ୱ ପ୍ରଦାନ କରିବା ତଥା ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ନିଜର ସାମାଜିକ ଚେତନାକୁ ହୃଦୟଙ୍ଗମ କରି ସମାଜ ପାଇଁ ମାନସିକ,ଶାରୀରିକ ଓ ଆର୍ଥିକ ସାହାଯ୍ୟ ପ୍ରଦାନ ନିମନ୍ତେ ଏକ ସଚେତନ ଏବଂ ସଂଗଠିତ ସମାଜ ପ୍ରତିଷ୍ଠିତ କରିବା । ଏହି କାର୍ଯ୍ୟକ୍ରମ ରେ ନାଟ୍ୟଭୂଷଣ ପ୍ରଦୀପ ଡ଼ି . ମାଝୀ, ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ରବି ଦାସ, ବିଶେଷ ଅତିଥି କୁମରବର ଦାସ, ଅବସରପ୍ରାପ୍ତ କୁଳପତି ଫକୀର ମୋହନ ବିଶ୍ୱବିଦ୍ୟାଳୟ, ସମ୍ମାନିତ ଅତିଥି ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଯାଦବ ବୁଦ୍ଧିଜୀବୀ ମଞ୍ଚର ସଭାପତି ଅଧ୍ୟାପକ ଛବିଳ ବଗର୍ତ୍ତି ,କାର୍ଯ୍ୟକାରୀ ସଭାପତି ଦିବାକର ପୋଢ଼ , କବିରାଜ ଭୋଇ ,ପ୍ରାଧ୍ୟାପକ ଶ୍ରବଣ କୁମାର ଗୁପ୍ତ , ଆବାହକ ଧବଳେଶ୍ୱର ବାଗ , ଦୁର୍ଗୁ ନିଆଲ , ନଳିନୀ ରଞ୍ଜନ ରାଉତ ,ରାଜୀବ ସଗରୀୟା ,ବରିଷ୍ଠ ଯାଦବ ସଂଗଠକ ଅଶୋକ ଗୌଡ଼ ,ଟଙ୍କଧର ଦାସ,ରବୀନ୍ଦ୍ର ଲାଲ ଯାଦବ , ଯୁଗଳ ପୋଢ଼ , ଅଙ୍କୁର ଯାଦବ ,ସୁବାଷ ନାଗ, ଧନେଶ୍ୱର ନିଆଲ ,ସନ୍ତୋଷ ରାଉତ,କୀର୍ତି ଗଉଡ଼, ସୁରେଶ ଚନ୍ଦନ , ପବିତ୍ର ବାଗ , ରାଜେନ୍ଦ୍ର ବିଶି , ଗିରିଜା ଗହୀର, ସୁଶୀଲ ଗହୀର , ବିଶ୍ୱ ରଞ୍ଜନ ଧଙ୍ଗଡାମଝି , ବିପିନ ବାଗ , ଅର୍ଦ୍ଧେନ୍ଦୁ ଦାସ ଯାଦବ, ଦେବବ୍ୟାସ ନାଗ , ଦେବରାଜ ଗହୀର, କୁନାଲ ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ । ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶାର ରାଜ୍ୟ ସଂଯୋଜକ ପୀତବାସ ବେହେରା ଏବଂ ଉମାକାନ୍ତ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ମଳୟ କୁମାର ଗଉଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରFebruary 25, 2026ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ଜିଲ୍ଲା ଖବରFebruary 24, 2026ଅବକାରୀ ବିଭାଗ ଚଢ଼ାଉ ନକଲି ବିଦେଶୀ ମଦ ଜବତ
ଜିଲ୍ଲା ଖବରFebruary 21, 2026ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରFebruary 17, 2026ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

