ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଏଜେଣ୍ଡା ଅନୁଯାଇ ବ୍ଲାକ ସ୍ପଟ୍, ରାସ୍ତା ଅବରୋଧ, ରାସ୍ତା ମରାମତି, ଚଡ଼ାଉ, ଅବକାରୀ, ଜରୁରୀକାଳୀନ ଯତ୍ନ, ସଚେତନତା , ରାଜସ୍ବ ଆଦାୟ ଉପରେ ପଦକ୍ଷ ଗୃହରେ ସୂଚନା ଦେଇଥିଲେ ।
ବର୍ତ୍ତମାନ ଜିଲ୍ଲାରେ ଏନ ଏଚ ୨୬ ରେ କନ୍ତେସିର ରୁ ତହଂସିର, ଉତ୍କେଲା ବଂଗ୍ଲୋ ଛକ, ଚାଞ୍ଚେ ର ରୁ କୋକୋମୁଣ୍ଡା , ହାତୀବ୍ରିଜ ରୁ ବଲ ଦିଆମାଲ ଏଭଳି ୪ ଟି ବ୍ଲାକ ସ୍ପଟ୍ ରହିଛି। ଯେଉଁ ରାସ୍ତାରେ ରାସ୍ତା ନିରାପତ୍ତା ସାଇନ୍ ବୋର୍ଡ, ସତର୍କତା ବାର୍ତ୍ତା, ଗତି ସୀମା ବୋର୍ଡ,ରମ୍ବଲରସ୍ ନାହିଁ ତାହା ଲଗାଇବାକୁ ଶୀଘ୍ର ପଦକ୍ଷେପ ନେବାକୁ ଏନ୍ ଏଚ,ଆର ଡି ଏବଂ ଆର୍ ବି ନିର୍ବାହୀ ଯନ୍ତ୍ରୀ ଙ୍କୁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ।
ସେଭଳି ଏନ୍ ଏଚ ୨୬ ଜାତୀୟ ରାଜପଥରେ ସମସ୍ତ ହମ୍ପସ ହଟାଇବା ସହିତ ଏନ୍ ଏଚକୁ ଲାଗି ବିଦ୍ୟାଳୟ ର ସାମ୍ନା ଗେଟ୍ କୁ ବନ୍ଦ କରି ଅନ୍ୟ ବ୍ୟବସ୍ଥା କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ କହିଥିଲେ।ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଜିଲ୍ଲାରେ ଆର୍ ଟି ଓ ଓ ପୋଲିସ ବିଭାଗ ଦ୍ଵାରା ଦୃତ ଗାଡ଼ି ଚାଳନା ପାଇଁ ୨୨୯,ବିନା ହେଲମେଟ ଓ ସିଟ୍ ବେଲ୍ଟ ଅପରାଧ ପାଇଁ ୧୪୨, ମଦ୍ୟପାନ ସହ ଗାଡ଼ି ଚାଳନା ଭଳି ଅପରାଧ ପାଇଁ ୧୦ ଜଣ ଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଛି। ଜିଲ୍ଲାରେ ଅଗଷ୍ଟ ସେପ୍ଟେମ୍ବର ମାସରେ ୫୪ ଟି ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇଛି।୨୦୨୩ ରେ ଏପର୍ଯ୍ୟନ୍ତ ୧୧୦ ଜଣଙ୍କ ମୃତ୍ୟୁ ରାସ୍ତା ଦୁର୍ଘଟନା ରେ ହୋଇଛି।ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି, ଏ ଇ ଈ, ଆର୍ ଏଣ୍ଡ ବି, ଇ ଈ ଆର୍ ଡ଼ ବ୍ଲୁ ଡି ଭବାନୀପାଟଣା,ଧର୍ମଗଡ,ଅବକାରୀ ଅଧିକ୍ଷକ, ଇ ଓ, ଏନ୍ ଏ ସି, କେସିଙ୍ଗା,ଧର୍ମଗଡ, ଭବାନୀପାଟଣା,କଳାହାଣ୍ଡି ଟ୍ରକ ମାଲିକ ସଂଘ ସଭାପତି, ଡି ଆଇ ପି ଆର୍ ଓ, ଇ ଈ, ଟି ପି ଡବ୍ଲୁ ଡି ଏଲ୍,ଆର୍ ଟି ଓ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

