ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଚଳିତ ବର୍ଷ ଜିଲ୍ଲାରେ ନଭେମ୍ବର ୨୯ ରୁ ମାର୍ଚ୍ଚ ୩୧ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକର ମଣ୍ଡି ରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା ।
ବୈଠକରେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଉପ ଜିଲ୍ଲାପାଳ ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ ,ଉପ ଜିଲ୍ଲାପାଳ ଡ. ବିଶ୍ୱଜିତ୍ ଦାସ , ବି ସି ସି ବି ବ୍ୟାଙ୍କ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା,ଲୋକସଭା ସାଂସଦ, କଳାହାଣ୍ଡି,ଭବାନୀପାଟଣା, ଧର୍ମଗଡ ଓ ଜୁନାଗଡ ବିଧାୟକଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା ,ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ି କୁ ଜବତ କରିବା ଉପରେ ମତ ଦେଇଥିଲେ । ଡିସେମ୍ବର ୧ ତାରିଖ ଏବଂ GV ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୧୮୩/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୨୦୩/- ଟଙ୍କା ରଖାଯାଇଛି । ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୧,୧୨,୨୮୨ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଚଳିତ ଖରିଫ ଋତୁରେ ୧୮୨୭୭୭ ହେକ୍ଟର ଧାନ ହୋଇଥିବା ଜମିରୁ ୭,୮୨,୯୫୬ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଖରିଫ ୨୦୨୩-୨୪ ରେ ଭବାନୀପାଟଣା ଓ ଧର୍ମଗଡ ସବ-ଡିଭିଜନ ରେ ୭୪ ଟି ପାକ୍ସ, ୨୧୩ ଟି ଧାନ ସଂଗ୍ରହ କେନ୍ଦ୍ର, ୩୨ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ କରାଯିବ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

