ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଆସନ୍ତା ୩୦ ଓ ୩୧ ତାରିଖରେ ଦିଲ୍ଲୀରେ ରାଷ୍ଟ୍ରୀୟ ସ୍ତରୀୟ ମେରୀ ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସାମିଲ ହେବା ପାଇଁ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ର ଯୁବକ ଯୁବତୀ ମାନେ ଯାତ୍ରା ଆରମ୍ଭ କରିଛନ୍ତି।
ଏହି ଅବସରରେ ଭବାନୀପାଟଣା ସ୍ଥିତ ନେହେରୁ ଯୁବକ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ଯୁବ ଅଧିକାରୀ ପ୍ରସନ୍ନ ମେହେର, ଜିଲ୍ଲା ସୂଚନା ଓ ଲୋକ ଅଧିକାରୀ ମନୋଜ କୁମାର ବେହେରା , ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ନେହେରୁ ଯୁବ କେନ୍ଦ୍ରର ଲେଖାପାଲ, ତଥା କାର୍ଯକ୍ରମ ସହାୟକ ଦ୍ଵିତୀୟା ବଞ୍ଛୋର ପ୍ରମୂଖ ଯୋଗ ଦେଇ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ମହତ୍ଵ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାର ୧୩ ଟି ବ୍ଲକ ରୁ ସଂଗୃହିତ ଅମୃତ ମାଟି ର କଳସ କୁ ନେଇ ୨୫ଜଣ ଯୁବକ ଯୁବତୀ ଭୁବନେଶ୍ୱର ଯାତ୍ରା କରିଛନ୍ତି । ସେମାନେ ସ୍ୱତନ୍ତ୍ର ରେଳ ଯୋଗେ ଦିଲ୍ଲୀ ଯାତ୍ରା କରିବେ । ଏ ନେଇ ଯୁବ ବର୍ଗ ଅନେକ ଉତ୍ସାହିତ ଅଛନ୍ତି ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

