ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଆସନ୍ତା ୩୦ ଓ ୩୧ ତାରିଖରେ ଦିଲ୍ଲୀରେ ରାଷ୍ଟ୍ରୀୟ ସ୍ତରୀୟ ମେରୀ ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସାମିଲ ହେବା ପାଇଁ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ର ଯୁବକ ଯୁବତୀ ମାନେ ଯାତ୍ରା ଆରମ୍ଭ କରିଛନ୍ତି।
ଏହି ଅବସରରେ ଭବାନୀପାଟଣା ସ୍ଥିତ ନେହେରୁ ଯୁବକ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ଯୁବ ଅଧିକାରୀ ପ୍ରସନ୍ନ ମେହେର, ଜିଲ୍ଲା ସୂଚନା ଓ ଲୋକ ଅଧିକାରୀ ମନୋଜ କୁମାର ବେହେରା , ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ନେହେରୁ ଯୁବ କେନ୍ଦ୍ରର ଲେଖାପାଲ, ତଥା କାର୍ଯକ୍ରମ ସହାୟକ ଦ୍ଵିତୀୟା ବଞ୍ଛୋର ପ୍ରମୂଖ ଯୋଗ ଦେଇ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ମହତ୍ଵ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାର ୧୩ ଟି ବ୍ଲକ ରୁ ସଂଗୃହିତ ଅମୃତ ମାଟି ର କଳସ କୁ ନେଇ ୨୫ଜଣ ଯୁବକ ଯୁବତୀ ଭୁବନେଶ୍ୱର ଯାତ୍ରା କରିଛନ୍ତି । ସେମାନେ ସ୍ୱତନ୍ତ୍ର ରେଳ ଯୋଗେ ଦିଲ୍ଲୀ ଯାତ୍ରା କରିବେ । ଏ ନେଇ ଯୁବ ବର୍ଗ ଅନେକ ଉତ୍ସାହିତ ଅଛନ୍ତି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

