ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା, ଅବିବାହିତା ମହିଳା ଭତ୍ତା ହିତାଧିକାରୀ ଭତ୍ତାବୃଦ୍ଧି କୁନେଇ କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଘେରାଉ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଧ୍ୟସ୍ୟରେଦାବିପତ୍ର ପ୍ରଦାନ କଲେ ଶତାଧିକ ଭତ୍ତା ହିତାଧିକାରି ।
ପ୍ରଥମେ ସହର ର ଛକ ଠାରୁ ଏକ ରେଳି ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପହଞ୍ଚି ୬୦ବର୍ଷ ରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ୟ ବିଧବା ଓ ଅବିବାହିତ ମହିଳା ଭତ୍ତା ୨୫୦୦ସହ ଟଙ୍କା ବୃଦ୍ଧି କରାଯାଉ ଏବଂ ୮୦ବର୍ଷ ରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ୟ ଦିବ୍ୟାଙ୍ଗ ଓ ଭିନ୍ନକ୍ଷମ ଭତ୍ତା ୩୦୦୦ହଜାର ଟଙ୍କା ବୃଦ୍ଧି କରାଯାଉ । ସମସ୍ତ ଭତ୍ତା ହିତାଧିକାରୀଙ୍କୁ ସମ୍ପୁର୍ଣ୍ଣ ମାଗଣା ଚିକିତ୍ସାର ବ୍ୟବସ୍ଥା କରିବାପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟ ଳୟ ଘେରାଉ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଧେସ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ମୁଇ କଲାହାଣ୍ଡିଆ ଫର କଳାହାଣ୍ଡି ସଙ୍ଗଠନ ପକ୍ଷରୁ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସୁରେଶ ସଂଗ୍ରାମ, କବିତା ରାଉତ,ମନ୍ଦାକିନୀ ବଣୁଆ, ଲିଙ୍ଗରାଜ ପ୍ରଧାନ,ପ୍ରମୁଖ ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

